ଓଡ଼ିଶା

ହେକେଟରୋଡ଼ ବନ୍ଦ, ମୃତଦେହ ଖୋଜା ଚାଲିଛି

ରାଉରକେଲା ୧୨/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଟାଙ୍ଗରପାଲ୍ଲୀ ଥାନା ଅନ୍ତର୍ଗତ ହେକେଟ ରୋଡ଼ରେ ଥିବା ଆରଏସପିର ୯ନଂ କଲଭର୍ଟରେ ୫ ଜଣ ଯୁବକ ନିଖୋଜ ଘଟଣାକୁ ୧୦ ଦିନ ବିତି ସାରିଛି। ଏହି ଯୁବକ ମାନେ ଶୀତଳପଡ଼ା ଅଂଚଳର। ଏମାନେ ସମସ୍ତେ ଆରଏସପି ଡମ୍ପିୟାର୍ଡକୁ ମଳଲୁହା ସଂଗ୍ରହ କରିବାକୁ ଯାଇଥିବା ବେଳେ, ସେଠାରୁ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକଙ୍କ ପକ୍ଷରୁ ଏ ସମ୍ପର୍କରେ ସ୍ଥାନୀୟ ଉଦିତନଗର ଥାନାରେ ଏତଲା ଦେବା ପରେ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରି ଆଜି ଡ୍ରେନ ନାଳାରୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରିଥିବା ବେଳେ, ଅନ୍ୟ ମାନଙ୍କ ଶବ ଏଯାଏ ଉଦ୍ଧାର ହୋଇ ପାରିନାହିଁ। ଆରଏସପି ଓ ରାଉରକେଲା ପୁଲିସ ପକ୍ଷରୁ ଏସପି ଡ. ଉମାଶଙ୍କର ଦାଶଙ୍କ ନେତୃତ୍ୱରେ ଏକ ମିଳିତ ବୈଠକର ଆୟୋଜନ କରାଯିବା ପରେ ଡ୍ରେନର ଟନେଲ ଖୋଳାଯାଇ ମୃତକ ମାନଙ୍କୁ ଉଦ୍ଧାର କରିବାକୁ ନିଷ୍ପତି ହୋଇଥିଲା। ବର୍ତମାନ ପୋକଲିନ ଯୋଗେ ଟନେଲ ଖୋଳା କାର୍ଯ୍ୟ ଚାଳିଛି। ମାତ୍ର ଏଯାଏ ମୃତ ଦେହ ଠାବ କରାଯାଇ ପାରିନାହିଁ। ଗତକାଲି ସୋମବାର କେନ୍ଦ୍ର ଇସ୍ପାତମନ୍ତ୍ରୀଙ୍କ ଗସ୍ତ ଯୋଗୁ କାର୍ଯ୍ୟସ୍ଥଳରେ କୌଣସି ଆରଏସପି ଅଧିକାରୀ ଉପସ୍ଥିତ ନ ରହିବା ସମସ୍ତଙ୍କୁ ବିସ୍ମିତ କରିଛି। ଅପରପକ୍ଷରେ ହେକେଟରୋଡ ବନ୍ଦ ଯୋଗୁ ଯାତ୍ରୀ ମାନଙ୍କୁ ହଇରାଣ ହରକତର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରକାଶ ଥାଉକି, ଉଦିତନଗର ଥାନା ଅନ୍ତର୍ଗତ ଶୀତଳପଡ଼ା ଅଂଚଳରେ ରହୁଥିବା କ୍ରୀଷ୍ଣା ବଡ଼ାଇକ, ସୁରେଶ ସିଂ, ରାଜୁ ନାଏକ, ବୁବୁନୁ ତିର୍କୀ ଓ ସୁରଜ କୁର୍ମୀ ନାମକ ୫ ଜଣ ଯୁବକଙ୍କ ମଧ୍ୟରୁ ୪ ଜଣ ଗତ ୩ ତାରିଖ ଦିନ ହେକେଟ ରୋଡ଼ ସ୍ଥିତ ୯ ନଂ କଲଭର୍ଟ ଦେଇ କାରଖାନା ଭିତରକୁ ପ୍ରବେଶ କରିଥିଲେ। ମାତ୍ର ସେଠାରୁ ଆଉ ଫେରି ନଥିଲେ। କଲଭର୍ଟରେ ଖୋଜିବା ପାଇଁ ଆଉ ଜଣେ ଯୁବକ ଯାଇଥିଲେ ମଧ୍ୟ ସେ ମଧ୍ୟ ଆଉ ଫେରି ନଥିଲେ। ପରିବାର ଲୋକେ ନିଖୋଜ ଯୁବକ ମାନଙ୍କୁ ବହୁତ ଖୋଜାଖୋଜି କଲେ ମଧ୍ୟ ଆଉ ସନ୍ଧାନ ପାଇ ନଥିଲେ। ପରେ ପୁଲିସରେ ସୂଚନା ଦିଆଯିବା ପରେ ପୁଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top