ହୃଦ୍ଘାତରେ ଶିକ୍ଷକଙ୍କ ମୃତ୍ୟୁ

ଖଇରା, ୧୦/୭/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା )-ବାଲେଶ୍ୱ ଜିଲ୍ଲା ଖଇରା ବ୍ଲକ ଖଇରାଡିହି ଗ୍ରାମରେ ଥିବା କ୍ଷେତ୍ରମଣୀ ନୋଡାଲ ୟୁ.ପି.ସ୍କୁଲର ବରିଷ୍ଟ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ବେହେରାଙ୍କର ହୃଦ୍ଘାତରେ ଆଜି ସକାଳେ ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କର ୫୯ବର୍ଷ ବୟସ ହୋଇଥିଲା। ଶ୍ରୀ ବେହେରା ସକାଳେ ପ୍ରାୟ ୫ଟା ସମୟରେ ପାଇଖାନା ଯାଇଥିଲାବେଳେ ହଠାତ ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡିଯାଇଥିଲେ। ପରିବାର ଲୋକେ ଚିକିତ୍ସାପାଇଁ ସଂଗେ ସଂଗେ ସୋର ମେଡିକାଲକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ବିଧବା ପତ୍ନୀ ସହିତ ୧ପୁଅ ଓ ୨ ଝିଅ ଅଛନ୍ତି। ମୃତ୍ୟୁ ଖବରପାଇ ସାହିପଡିଶା ସହିତ ବନ୍ଧୁବାନ୍ଧବ ଆତ୍ମିୟ ସୁଜନ ଛୁଟିଆସିଥିଲେ। ଶିକ୍ଷାବିଭାଗ କର୍ମଚାରୀ ମାନେ ଶ୍ରୀ ବେହେରାଙ୍କ ମୃତ୍ୟୁରେ ଗଭିର ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେ ଜଣେ ସରଳ, ନିଷ୍କପଟ ଉଦାର ଓ ଛାତ୍ର ବତ୍ସଳ ହୋଇଥିବାରୁ ସେ ସମସ୍ତଙ୍କର ପିୟ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରି ହେବାପରେ ସଂପୃକ୍ତ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *