ଜିଲ୍ଲା ପରିକ୍ରମା

ହୃଦ୍ଘାତରେ ଜଣଙ୍କର ମୃତ୍ୟୁ

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ପଂଚାୟତର ଯଶୋଟିକିରି ଗ୍ରାମରେ ଜଣଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଛି। ଗ୍ରାମର ବିଦୁଭୂଷଣ ରଥ (୫୮) ଆଜି ସଖାଳେ ଘର ପିଣ୍ଡାରେ ବସିଥିବା ବେଳ ହୃଦ୍ଘାତରେ ଶିକାର ହୋଇଥିଲେ। ଘରଲୋକ ତାଙ୍କୁ ଯାଜପୁର ଚିକିତ୍ସା କେନ୍ଦ୍ରକୁ ନେଇଥିବା ବେଳେ ଡ଼ାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ସରପଂଚ ବଦ୍ରୀନାରାୟଣ ରାଉତ, ପୁର୍ବତନ ସରପଂଚ ତପସ୍ୱିନୀ ଜେନା, ନାରିନେତ୍ରୀ ସୂଜାତା ଜେନା, ସମାଜ ସେବୀ ବନମାଳି ପୁଷ୍ଟି ମୃତକଙ୍କ ଶେଷ ଦର୍ଶନ କରିଥିବା ବେଳେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top