ହୃଦଘାତରେ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ମୃତ୍ୟୁ

କୋରାପୁଟ; ତା୧୬-୦୯-୧୭(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସହାୟକ ଜିଲା ମଙ୍ଗଳ ଅଧିକାରୀ ପ୍ରସନ୍ନ କୁମାର ସାହୁ(୫୮)ଙ୍କ ଶନିବାର ପୂର୍ବାହ୍ନରେ ହୃଦଘାତ ଯୋଗୁଁ ପରୋଲକ ଘଟିଛି । ଶନିବାର ସକାଳେ ସେ ନିତ୍ୟକର୍ମ ସାରି ଅଫିସ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ଛାତିରେ ଯଂନ୍ତ୍ରଣା ଅନୁଭବ କରିଥିଲେ । ତୂରନ୍ତ ଜିଲା ମୁଖ୍ୟ ଚିକିସôାଳୟକୁ ନିଆ ଯାଇଥିଲା ଗୁରୁତର ଅବସ୍ଥାରେ ଆଇସିୟୁରେ ନେଇ ଚିକିସôା କରାଯାଉଥିବା ବେଳେ ମୃତ୍ୟୁବରଣ କରିଥିଲେ । ଜିଲା ମଙ୍ଗଳ ଅଧିକାରୀ ଜଗନ୍ନାଥ ସୋରେନ ଓ ଅଫିସର କର୍ମଚାରୀମାନେ ତତକ୍ଷଣାତ ସଦର ମହକୁମା ଡାକ୍ତରଖାନାରେ ପହଂଚିଥିଲେ କିନ୍ତୁ ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗି ପଡିଥିଲେ ।କୋରାପୁଟ ଶବବ୍ୟଛେଦ ଗୃହରେ ମୃତଦେହ ରଖାଯାଇଛି ।ତାଙ୍କ ପୁତ୍ର ବାଙ୍ଗାଲୁରରୁ ରାତ୍ରୀ ୧ ଘ.ରେ ପହଂଚିବାପରେ ମୃତଦେହ କୋରାପୁଟ ମେଡିକାଲ ଆମ୍ଭୁଲାନସରେ ଦଶପଲ୍ଲା ପଠାଯିବ ବୋଲି ଶ୍ରୀ ସୋରେନ ସୂୁଚନା ଦେଇଥିଲେ ।ସେ ଜଣେ ବନ୍ଧୁବସôଳ ବ୍ୟକ୍ତିଥିଲେ ଓ ଉତମ ପ୍ରଶାସକଭାବେ କୋରାପୁଟରେ ଖ୍ୟାତି ରହିଥିଲା ତାଙ୍କର ମୃତ୍ୟୁରେ ବିଭାଗର କର୍ମଚାରୀ , ଶିକ୍ଷକ ଓ ବନ୍ଧୁବାନ୍ଧବଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *