ହୃତାତ୍ମା ଦିବସ ଉପଲକ୍ଷେ ବଜରଙ୍ଗଦଳର ରକ୍ତଦାନ ଶିବିର

ଭଦ୍ରକ, ୧୦ା୧୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାର ପରିସରରେ ବଜରଙ୍ଗଦଳ ଭଦ୍ରକ ଜିଲ୍ଲା ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି । ଶ୍ରୀରାମ ଜନ୍ମଭୂମି ମୁକ୍ତି ଆନେ୍ଦାଳନରେ ୧୯୯୦ ମସିହା ନଭେମ୍ବର ୨ ତାରିଖ ଦିନ ନୀରିହ ସଂକୀର୍ତ୍ତନ ରତ ରାମଭକ୍ତଙ୍କ ଉପରେ ନିର୍ମମ ଅତ୍ୟାଚାର ଓ ଅନ୍ଧାଧୂନ ଗୁଳି ଚାଳନା ହେତୁ ଶହ ଶହ କରସେବକଙ୍କ ହତ୍ୟା ତତ୍କାଳୀନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂଙ୍କ ନିଦେ୍ର୍ଦଶରେ ହୋଇଥିଲା । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅଯୋଧ୍ୟାର ସରଜୁ ନଦୀରେ ଲକ୍ଷ ଲକ୍ଷ ଭକ୍ତ ବୁଡ ଦେବାକୁ ଥିବା ବେଳେ ସେଦିନ ସରଜୁ ସ୍ନାନ କରିଥିଲା ଏହି ରାମଭକ୍ତଙ୍କ ରକ୍ତରେ । ଜଣେ ପରମ ଭାଗ୍ୟଶାଳୀ ମାତାଙ୍କର ଦୁଇପୁତ୍ର ରାମ ଓ ଶରତ କୋଠାରୀଙ୍କର ବଳିଦାନ ରାଷ୍ଟ୍ର ପାଇଁ ଚିର ସ୍ମରଣୀୟ ହୋଇ ରହିଛି । ଆଜିର ଏହି ରକ୍ତଦାନ ଶିବିରକୁ ଉଦ୍ଘାଟନ କରି ଓଡିଶା ରାଜ୍ୟ ବଜରଙ୍ଗଦଳ ସଂଯୋଜକ ମାନସ ମହାନ୍ତି ତାଙ୍କ ବକ୍ତବ୍ୟରେ ଏହି ଦିବସର ମହତ୍ତ୍ୱ ଉପସ୍ଥାପନା କରିବା ସହିତ ରାଷ୍ଟ୍ର ବ୍ୟାପୀ ବଜରଙ୍ଗଦଳ ଦ୍ୱାରା ରକ୍ତଦାନ ସେହି ହୃତାତ୍ମା ମାନଙ୍କ ଉଦେ୍ଦଶ୍ୟରେ ସମଗ୍ର ସମାଜ ପାଇଁ ସମର୍ପିତ ବୋଳି କହିଥିଲେ  । ଉକ୍ତ କାର୍ଯ୍ୟକ୍ରମରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯିବା ସହ ଆସନ୍ତା ମାସରେ ତିହିଡି ଓ ଧାମନଗର ବ୍ଳକ ଠାରେ ସଂଗଠନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ବଜରଙ୍ଗଦଳ ଜିଲ୍ଳା ସଂଯୋଜକ ପ୍ରଦୁ୍ୟମ୍ନ ଶତପଥି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଜରଙ୍ଗଦଳର ସହସଂଯୋଜକ ବିଜୟ ଦାଶ, ରତିକାନ୍ତ ଆଚାର୍ଯ୍ୟ, ଅଜିତ ଭୋଇ, ବ୍ରହ୍ମାନନ୍ଦ ସାହୁ, ଦେବାଶିଷ ରାଉତ ପ୍ରମୁଖ ପରିଚାଳନା କରିଥିବା ବେଳେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଳା ସଭାପତି ବିଜୟ ସିନ୍ହା, ନିରଞ୍ଜନ ସାହୁ, ଗୋବିନ୍ଦ ରାଉତ, ବିଜୟ ଭୂଷଣ ନାୟକ, ବିପିନ ପଣ୍ଡା, ହୃଷିକେଶ ଗୋସ୍ୱାମୀ, ସ୍ୱଦେଶ ରାଉତ, କୈଳାସ ଦାସ ଏବଂ ସ୍ୱାଧିନ ସୁନ୍ଦର ଦାସ ପ୍ରମୁଖ ଯୋଗ ଦେଇ ରକ୍ତଦାନ କରିଥିଲେ ।

Leave a Reply

Your email address will not be published. Required fields are marked *