ad
ଜିଲ୍ଲା ପରିକ୍ରମା

ହୁଳାହୁଳିରେ ଓ ଆମ ମୁଖ୍ୟମନ୍ତ୍ରୀ ଏକ ନମ୍ବର ଧ୍ୱନିରେ ଦୁଲୁକିଲା ଦାନଗଦି ବ୍ଲକର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ

ଯାଜପୁର-୭/୬(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଦାନଗଦି ବ୍ଲକ ଅନ୍ତର୍ଗତ ତେଲିବାହାଳି ପଡିଆ ପରିସରରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦାନଗଦୀ ବ୍ଲକର ଲୋକପ୍ରତିନିଧି ମାନଙ୍କ ଦାବି ଅନୁଯାୟୀ ମୁଖ୍ୟମନ୍ତ୍ରୀ ୨୩ଟି ପଂଚାୟତର ୧୬୩ଟି ପ୍ରକଳ୍ପ ପାଇଁ ୮ କୋଟି ୪ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ଦାନଗଦି ବ୍ଲକର ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ବ୍ଲକର ୧୬୩ଟି ପ୍ରକଳ୍ପ ନିର୍ମାଣ ପାଇଁ ଏହି ଅର୍ଥ ମଞ୍ଜୁର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ, ସାଂସଦ ରୀତା ତରାଇ, ଜିଲାପାଳ ରଞ୍ଜନ କୁମାର ଦାସ, ପ୍ରକଳ୍ପ ନିର୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ, ଦାନଗଦି ବ୍ଲକ ଅଧ୍ୟକ୍ଷା ଲୋପାମୁଦ୍ରା ନାୟକ, ଦାନଗଦି ବ୍ଲକ ବିଡିଓ ଡ. ବିଶ୍ୱଜିତ ଦାସ, ୯ ନମ୍ବର ଜିଲା ପରିଷଦ ସଭ୍ୟା ଭାଗ୍ୟଲକ୍ଷ୍ମୀ ରାଉତ, ୧୦ ନମ୍ବର ଜିଲାପରିଷଦ ସଭ୍ୟ ସୁଶାନ୍ତ ସାମଲଙ୍କ ସହିତ ସମସ୍ତ ପଂଚାୟତର ସରପଂଚ ଓ ସମିତିସଭ୍ୟ/ସଭ୍ୟା ମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଦାନଗଦି ବ୍ଲକର ୧୬୩ଟି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିଥିବାରୁ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ନିଜର ଖୁସି ଜାହିର କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଦାନଗଦୀ ବ୍ଲକର ଜନସାଧାରଣଙ୍କ ପକ୍ଷରୁ କୃତଜ୍ଞତା ପ୍ରଦାନ କରିଛନ୍ତି। ମହିଳାମାନଙ୍କ ହୁଳାହୁଳି ଓ ଯୁବକ ମାନଙ୍କ ଆମ ମୁଖ୍ୟମନ୍ତ୍ରୀ ଏକ ନମ୍ବର ଧ୍ୱନିରେ ଦୁଲୁକୁ ଥେିଲା ସଭାସ୍ଥଳୀ ଦେଖିବାକୁ ମିଳିଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top