ହୁଣ୍ଡା ଗ୍ରାମପଞ୍ଚାୟତରେ ବୁଲିଲା ଶିଶୁ ଶିକ୍ଷା ସଚେତନତା ରଥ

ହରିଚନ୍ଦନପୁର,ତା୧୦ ଅଗଷ୍ଟ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ହୁଣ୍ଡା ଗ୍ରାମ ପଞ୍ଚାୟତରେ ଶୁକ୍ରବାର ଦିନ ଆସ୍ପାୟାର ପକ୍ଷରୁ ଶିକ୍ଷା ସଚେତନତା ରଥ ଗ୍ରାମ୍ୟ ଭ୍ରମଣ କରାଯାଇଛି । ସୂଚନା ଅନୁଯାୟୀ ହୁଣ୍ଡା ଗ୍ରାମ ପଞ୍ଚାୟତ ଶିଶୁ ସୁରକ୍ଷା ମଞ୍ଚ ତରଫରୁ ଏକ ଶିକ୍ଷା ସଚେତନତା ରଥକୁ ପଞ୍ଚାୟତର ସମସ୍ତ ଗ୍ରାମଗୁଡିକୁ ପରିକ୍ରମା କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ତେଲକୋଇ ବିଧାୟକ ବେଦବ୍ୟାସ ନାଏକ, ସମ୍ମାନିତ ଅତିଥି ଭାବେ ସରପଂଚ ମୈଥିଲି ଅମାତ, ଗିତାଞ୍ଜଳୀ ପାତ୍ର, ବକ୍ସିବାରିଗାଁ ସଭ୍ୟ ରାଧେଶ୍ୟାମ ଦେହୁରୀ, ହୁଣ୍ଡା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ନାରାୟଣ ସେନ ବାରିକ, ଉପ୍ରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦୁଷ୍ମନ୍ତ ନାୟକ, ବ୍ରାହ୍ମଣିପଙ୍ଗା ବିଦ୍ୟାଳୟର ମଦନ ମୋହନ ସେଠୀ, ଯୋଗ ଦେଇଥିଲେ । ପ୍ରଥମେ ବ୍ରାହ୍ମଣପଙ୍ଗା ଗ୍ରାମରୁ ବାହାରି ଝୁମୁକାପଶି, ହୁଣ୍ଡା ଗ୍ରାମଦେଇ ମଣିପୁର ଗାଁରେ ପହଂଚିଥିଲା । ଏହି କାର୍ଯ୍ୟକ୍ରମରେ ରଥ ସହ ୫ଶହରୁ ଉଦ୍ଧ୍ୱର୍ ଗ୍ରାମବାସୀ ଓ ଶିଶୁ ମାନେ ଉପସ୍ଥିତ ରହିଥିଲେ । ଗ୍ରାମଗୁଡିକ ପରିକ୍ରମା କରିବା ସହ ପ୍ରଚାରପତ୍ରିକା ବଣ୍ଟନ କରିଥିଲେ ଏବଂ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଶିଶୁ ଓ ଗ୍ରାମବାସୀଙ୍କୁ ସଚେତନତା କରିଥିଲେ । ଉକ୍ତ ରଥଟିକୁ ପରିକ୍ରମାର ଉଦେଶ୍ୟ ଶିଶୁମାନଙ୍କୁ କୈାଣସି କାମରେ ନିୟୋଜିତ ନକରିବା, ବାଲ୍ୟ ବିବାହକୁ ବନ୍ଦ କରିବା ଓ ଶୈଶବ ଶିଶୁର ଅଧିକାର ସହ ଆସନ୍ତା ୧୫ତାରିଖ ସୁଦ୍ଧା ସମସ୍ତ ୬ରୁ ୧୪ବର୍ଷର ପିଲାମାନଙ୍କୁ ବିଦ୍ୟାଳୟରେ ନାମ ଲେଖାଇବା ଓ ଶିଶୁ ଶ୍ରମିକ ମୁକ୍ତ ଅଞ୍ଚଳ ଗଠନ କରିବା ନିମନ୍ତେ ପ୍ରଚାର ଓ ପ୍ରସାର କରାଯାଇଥିଲା । ଆଗାମୀ ଦିନରେ ହରିଚନ୍ଦନପୁର ଦ୍ଲକର ସମସ୍ତ ଗ୍ରାମପଞ୍ଚାୟତ ମାନଙ୍କରେ ରଥ ଦ୍ୱାରା ଶିଶୁ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯିବାର ଯୋଜନା ରଖାଯାଇଥିବାର ଆସ୍ପାୟାର ସଂଯୋଜକ ରବି କୁମାର ସୂଚନା ଦେଇଛନ୍ତି । ଏଥିରେ ଆସ୍ପାୟାରର ବ୍ଲକ ସଂଯୋଜକ ରବି କୁମାର , ଦେବାଙ୍ଗ ବିଭାର, ପ୍ରସନ୍ନ ବେହେରା, ଜ୍ଞାନରଞ୍ଜନ ବେହେରା, ଗୋପାଳ ମହାରଣା, ସୁରେଶ ବେହେରା, କ୍ଷିତଶ ମହାକୁଡ, ତେଜସ୍ୱିନୀ ପାତ୍ର, ନିହାରିକା ନାଏକ, ଚିନ୍ମୟ ଗଡୁଆ, ଧରଣୀଧର ବେହେରା, ପ୍ରମୋଦ ପାତ୍ର, ପବିତ୍ର ବାରିକ, ସ୍ୱାଧିନ ବାରିକ, ସମେତ ଆସ୍ପାୟାରର ସମସ୍ତ କର୍ମକତା ଓ ସୁନାପେଣ୍ଠ ଗ୍ରାମର ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ହୋଇଥିଲା ।

Leave a Reply

Your email address will not be published. Required fields are marked *