ସମ୍ବଲପୁର, ୨/୯ (ଓଡ଼ିଆ ପୁଅ) – ବର୍ଷାର ମାତ୍ରା ଏବଂ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ଜଳ ପ୍ରବେଶର ମାତ୍ରା ମଧ୍ୟ ହ୍ରାସ ପାଇବା ଫଳରେ ନଦୀବନ୍ଧର ଖୋଲାଥିବା ଗେଟ ସଂଖ୍ୟାକୁ କମାଇ ଦିଆଯାଇଛି। ଆଜି ସକାଳେ ଜଳଭଣ୍ଡାରର ଜଳପତ୍ତନ ୬୨୩.୫୨ ଘନଫୁଟ ଥିବାବେଳେ ୧୦ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଥିଲା। ସକାଳ ୯ଟା ସୁଦ୍ଧା ଜଳପତ୍ତନ ସମାନ ପରିମାଣରେ ଥିବାବେଳେ ୪ଟି ଗେଟ୍କୁ ବନ୍ଦ କରିଦିଆଯାଇଥିଲା ତଥା ୬ଟି ଗେଟ ଖୋଲାଥିଲା। ମଧ୍ୟାହ୍ନ ୧୨ଟା ସୁଦ୍ଧା ପୁଣି ଗୋଟିଏ ଗେଟ ବନ୍ଦ କରିଦିଆଗଲା। ଆଜି ଦିନ ୩ଟା ବେଳକୁ ଜଳପତ୍ତନର ପରିମାଣ ୬୨୩.୭୯ ଘନଫୁଟ ଥିବାବେଳେ ଜଳଭଣ୍ଡାର ମଧ୍ୟକୁ ୧୯୮୮୯୫ କ୍ୟୁସେକ ଜଳ ପ୍ରବେଶ କରୁଥିଲା ତଥା ୯୩୯୫୨ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ଖୋଲାଥିବା ଗେଟ ସଂଖ୍ୟାଥିଲା ସେହି ୫।

Loading...