ହୀରାକୁଦ ବନ୍ଧର ପ୍ରତିଷ୍ଠା ଦିବସ

ବୁର୍ଲା, ୧୪/୧(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): – ହୀରାକୁଦ ବନ୍ଧର ପ୍ରତିଷ୍ଠା ଦିବସ ଔପଚାରିକ ଭାବେ ପାଳିତ ହୋଇଛି। ଏହି ଅବସରରେ ମୁଖ୍ୟ ବନ୍ଧ କର୍ତ୍ତୃପକ୍ଷ ବନ୍ଧ ନିର୍ମାଣ ସମୟରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସ୍ମୃତିରେ ନିର୍ମତ ଶହୀଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ଅଧୀକ୍ଷଣ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ପୂର୍ବରୁ ବନ୍ଧ ବିଭାଗରେ ୧୧୭୫ ଜଣ କର୍ମଚାରୀ ଥିଲେ। କିନ୍ତୁ ଏବେ ମାତ୍ର ୨୫୦ କର୍ମଚାରୀ ଅଛନ୍ତି।

Leave a Reply

Your email address will not be published. Required fields are marked *