ଓଡ଼ିଶା

ହୀରାକୁଦ ଡେମରେ ନିର୍ମାଣ କରାଯିବ ଆଉ ୫ ସ୍ଲୁଇସ୍ ଗେଟ: ଅକ୍ଟୋବରରୁ ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ

ସମ୍ବଲପୁର, ୮/୯ (ଓଡ଼ିଆ ପୁଅ) – ହୀରାକୁଦ ଡେମରେ ଅତିରିକ୍ତ ସ୍ପିଲୱେ ନିର୍ମାଣ ପାଇଁ ଏହାର ବାମପାର୍ଶ୍ୱ ଡାଇକ୍ରେ ଜାଗା ଚିହ୍ନଟ ହୋଇଛି। ଆଗାମୀ ଅକ୍ଟୋବର ମାସ ଶେଷ ସୁଦ୍ଧା ଏହି ସ୍ପିଲୱେ ପ୍ରକଲ୍ପରେ ପାଂଚଟି ଅତିରିକ୍ତ ସ୍ପିଲୱେ ନିର୍ମାଣ କରାଯିବ। ଏବେ ଡେମର ୬୪ ଟି ସ୍ଲୁଇସ୍ ଓ ୩୪ଟି କ୍ରେଷ୍ଟ ଗେଟକୁ ମିଶାଇ ୯୮ ଟି ଗେଟ ରହିଛି। ଏଥିରୁ ପ୍ରତି ସେକେଣ୍ଡରେ ୧୫ ଲକ୍ଷ କ୍ୟୁସେକ ପାଣି ଛଡ଼ାଯିବାର କ୍ଷମତା ରହିଛି। ଅତିରିକ୍ତ ସ୍ପିଲୱେ ନିର୍ମାଣ ହେଲେ ଡେମରୁ ପାଣି ନିଷ୍କାସନ ପରିମାଣ ପ୍ରତି ସକେଣ୍ଡରେ ୧୮ ଲକ୍ଷ ଘନଫୁଟକୁ ବୃଦ୍ଧି ପାଇବ।

ନୂଆ ସ୍ପିଲୱେ ପ୍ରକଲ୍ପ ନିର୍ମାଣ ପାଇଁ ଟାଟା ପ୍ରୋଜେକ୍ଟସ୍ ଲିମିଟେଡ଼୍ ଏବଂ ତୁର୍କୀର ଏଜିଇ ଗ୍ରୁପ୍ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ଦୁଇ ନିର୍ମାଣ ସଂସ୍ଥା ସହ ଜଳସମ୍ପଦ ବିଭାଗର ଚୁକ୍ତିନାମା ଇତିମଧ୍ୟରେ ସ୍ୱାକ୍ଷରିତ ହୋଇଛି। ନିର୍ମାଣ ସଂସ୍ଥା ପକ୍ଷରୁ କେମ୍ପ୍ ଓ ୱାର୍କସପ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପ୍ରକଳ୍ପକୁ ଜଙ୍ଗଲ ଓ ପରିବେଶ ବିଭାଗ ଅନୁମତି ଦେଇସାରିଛନ୍ତି। ବର୍ଷାଋତୁ ପରେ ଅର୍ଥାତ୍ ଅକ୍ଟୋବର ଶେଷ ଆଡ଼କୁ ସ୍ପିଲୱେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ବସନ୍ତ ରାଉତ ସୂଚନା ଦେଇଛନ୍ତି। ବିଶ୍ୱବେଙ୍କ୍ ଅନୁଦାନ୍ରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ହୀରାକୁଦ୍ ଡେମ୍ରୁ ବନ୍ୟାଜଳ ନିଷ୍କାସନ କ୍ଷମତାକୁ ବଢ଼ାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ପାଣିପାଗ ପରିବର୍ତ୍ତନ ଏବଂ ହଠାତ୍ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। କେନ୍ଦ୍ରୀୟ ଜଳ ଆୟୋଗ ମଧ୍ୟ ଏଥିପାଇଁ ରିପୋର୍ଟରେ ସୁପାରିଶ୍ କରିଥିଲେ। ନୂଆ ସ୍ପିଲୱେର ଚଉଡ଼ା ୧୧ ମିଟର ହେବ ଓ ଏଥିରେ ୫ଟି ସ୍ଲୁଇସ୍ ଗେଟ୍ ରହିବ। ସ୍ପିଲ୍ୱେର ଚେନାଲ ୩ ଶହ ମିଟର୍ ଲମ୍ବ ଏବଂ ଡେମର ବାମପାର୍ଶ୍ୱ ଡାଇକ୍ର ଗାନ୍ଧୀ ମୀନାର୍ ପାଖରୁ ଦୁଇ କିଲୋମିଟର୍ ଲମ୍ବ ଚେନାଲ୍ ଜରିଆରେ ମହାନଦୀକୁ ଏଥିରୁ ଜଳ ନିଷ୍କାସନ କରାଯିବ। ପ୍ରକଳ୍ପ ପାଇଁ ସମୁଦାୟ ୩୬୯ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top