ହିମାଞ୍ଚଳ ପ୍ରଦେଶର କାଙ୍ଗଡ଼ାରେ ଭାରତୀୟ ସେନାର ଯୁଦ୍ଧ ବିମାନ ମିଗ-21 ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ଖବର ନାହିଁ

ନୂଆ ଦିଲ୍ଲୀ ୧୮-୭ (ଓଡ଼ିଆ ପୁଅ) ପଂଜାବର ପଠାନକୋଟରୁ ଆସୁଥିବା ଭାରତୀୟ ସେନାର ଯୁଦ୍ଧ ବିମାନ ମିଗ-21 ହିମାଞ୍ଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାର ଜବାଲୀରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ପାଇଲଟଙ୍କର କିଛି ଖବର ମିଳି ନାହିଁ। ଘଟଣାର ସୂଚନା ପାଇ ରେସ୍କ୍ୟୁ ଟିମ ସେଠାରେ ପହଁଞ୍ଚିଛି। ବର୍ତ୍ତମାନ ଦୁର୍ଘଟଣା କାରଣ ଜଣା ପଡ଼ିନାହିଁ।

ସୂଚନା ମୁତାବକ, ଭାରତୀୟ ଯୁଦ୍ଧ ବିମାନ ମିଗ- 21 ବୁଧବାରଦିନ ଦ୍ୱିପ୍ରହର ୧:୨୧ ମିନଟରେ ପଂଜାବର ପଠାନକୋଟରୁ ହିମାଞ୍ଚଳ ପାଇଁ ଉଡ଼ାନ ଭରିଥିଲା। ଦୁର୍ଘଟଣା ଫତେହପୁରର ପଟ୍ଟା ଜାଟ୍ଟୀୟାର ନିକଟ ଗ୍ରାମ ପଲ୍ଲୀରେ ହୋଇଛି। ଦୁର୍ଘଟଣାରେ ପରେ ବିମାନର ଛୋଟ ଛୋଟ ଅଂଶ ମିଳିଛି।

Leave a Reply

Your email address will not be published. Required fields are marked *