ହିନ୍ଦୋଳ ଓ ଅତାବିରା ନିର୍ବାଚନ ଫଳାଫଳ ପୁଣିଥରେ ପ୍ରମାଣିତ କରିଛି ନବୀନ ପଟ୍ଟନାୟକଙ୍କ ନେତୃତ୍ୱର ବିକଳ୍ପ ନାହିଁ

ଭୁବନେଶ୍ୱର, ୫/୪/୨୦୧୮(ଓଡ଼ିଆ ପୁଅ): ବିଜେପୁରର ବିପୁଳ ବିଜୟ ପରେ ଅତାବିରା ଓ ହିନ୍ଦୋଳ ଏନ୍‌ଏସି ନିର୍ବାଚନରେ ବିଜେଡିର ବିଜୟ ଯାତ୍ରା ଅବ୍ୟାହତ ରହିଛି। ଏଥିରୁ ବିଜେଡି ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକମାନଙ୍କର ଶ୍ରଦ୍ଧା, ଶୁଭେଚ୍ଛା ଓ ଗ୍ରହଣୀୟତା ପ୍ରମାଣିତ ହୋଇଛି। ବିଜୁ ଜନତା ଦଳ ସରକାର ଉନ୍ନୟନ ଭିତ୍ତିକ ରାଜନୀତିରେ ବିଶ୍ୱାସ କରେ। ଓଡ଼ିଶାର ପ୍ରଗତି ହିଁ ଦଳର ଏକମାତ୍ର ଏଜେଣ୍ଡା। ଏଥିପାଇଁ ଲୋକମାନଙ୍କର ଶୁଭେଚ୍ଛା ଓ ସଦିଚ୍ଛା ବିଜେଡି ସପକ୍ଷରେ ରହିଆସିଛି। ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ- ବିଜେଡିକୁ ଲୋକମାନଙ୍କର ନିକଟତର କରିଛି। ସାରା ଓଡ଼ିଶାର ଆଶା, ଭରସା ଓ ବିଶ୍ୱାସର କେନ୍ଦ୍ରବିନ୍ଦୁ ହୋଇଛି ବିଜେଡି ଓ ନବୀନ ସରକାର। ବିରୋଧୀ ଦଳମାନଙ୍କର ସମସ୍ତ ଅପପ୍ରଚାର, ଅପଚେଷ୍ଟା ଓ ଅସତ୍ୟର ଜବାବ ଦେଇଛନ୍ତି ସାଧାରଣ ଭୋଟର। ହିନ୍ଦୋଳ ଓ ଅତାବିରାର ଜନସାଧାରଣଙ୍କ ମତଦାନ ପୁଣିଥରେ ପ୍ରମାଣିତ କରିଛି, ବିଜେଡି ନେତୃତ୍ୱରେ ଓଡ଼ିଶାରେ ଯେଉଁ ପ୍ରଗତି ପ୍ରକ୍ରିୟା ଚାଲିଛି ତାହାକୁ ଆଗାମୀ ଦିନରେ ଆହୁରି ତ୍ୱରାନ୍ୱତି କରିବା ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ହିଁ ଓଡ଼ିଶାରେ ଏକମାତ୍ର ସଫଳ ନେତୃତ୍ୱ ଏବଂ ଏହାର ବିକଳ୍ପ ନାହିଁ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି।

Leave a Reply

Your email address will not be published. Required fields are marked *