ହିନ୍ଦୁ ସଂଗ୍ରାମି ସେନାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଭଦ୍ରକ, ୧୫ା୭ (ଓଡ଼ିଆପୁଅ / ପ୍ରମୋଦ ରାୟ)  :  ଆଜି ଭଦ୍ରକ ସହରାଞ୍ଚଳ ତହସିଲ ମହତାବ ରୋଡ ପାଶ୍ୱର୍ସ୍ଥ ଏକ ସଭାଗୃହରେ ଭଦ୍ରକର ହିନ୍ଦୁ ସଂଗ୍ରାମୀ ସେନା ପକ୍ଷରୁ ଜିଲ୍ଲାକାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ବାମଦେବ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବାବେଳେ କୋର କମିଟିର ସମସ୍ତ ଜିଲ୍ଲାକାର୍ଯ୍ୟକାରିଣୀ ସଭ୍ୟଙ୍କୁ ନେଇ ସେବା ମୂଳକ କାର୍ଯ୍ୟଉପରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା । ବିଶେଷକରି ସାଂଗଠନିକ କାର୍ଯ୍ୟ, ବୃକ୍ଷରୋପଣ ଓ ସେବା କାର୍ଯ୍ୟରେ ତଳସ୍ତରର ସମସ୍ୟା ଜର୍ଜରିତ ଲୋକଙ୍କ ପାଖରେ ପହଂଚିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଉକ୍ତ ବୈଠକରେ ପ୍ରତ୍ୟେକ ବ୍ଲକକୁ ପ୍ରଭାରୀ ଦାୟିତ୍ୱ ଦିଆଯିବା ସହିତ ଆଗାମୀ ଦିନରେ ଜିଲ୍ଳା ବୈଠକ ପରେ କେତେକ କାର୍ଯ୍ୟକ୍ରମ ହାତକୁ ନିଆଯିବା ପାଇଁ ସମସ୍ତଙ୍କ ମତାମତ ଉପରେ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ବୈଠକରେ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ପାଢ଼ୀ, ସାଧାରଣ ଉପସଭାପତି ପତଞ୍ଜଳି କରଶର୍ମ, ଲୋକଦୀପ୍ ଦାସ, ଜୟପ୍ରକାଶ ପତି, ଆଇନ୍ଜୀବୀ ନିରଂଜନ ସାହୁ, ସାଧାରଣ ସଂପାଦକ ଆଶିଷ ରଂଜନ ଜେନା, ସଂପାଦକ ପାଣିଗ୍ରାହୀ ଓ କାହ୍ନୁଚରଣ ପରିଡା, କୋଷାଧ୍ୟକ୍ଷ ସଞ୍ଜିବ ମଜୁମ୍ଦାର ପ୍ରମୁଖ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *