ଆମ ସଂସ୍କୃତି, କଳା ଓ ଐତିହ୍ୟ

ହିନ୍ଦୁ ନବବର୍ଷ ମହାସମାରୋହରେ ପାଳିତ

ବୌଦ୍ଧ,୧୯ା୦୩(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୈାଦ୍ଧଜିଲ୍ଲା ମହିଳା ପତଞ୍ଜଳି ଯୋଗ ସମିତି ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ହିନ୍ଦୁ ନବବର୍ଷକୁ ସ୍ୱାଗତ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମହାସମାରୋହରେ ପାଳନ କରାଯାଇଛି । ଭାରତୀୟ ନବବର୍ଷରେ ସୃଷ୍ଟିର ସଂରଚନା ହୋଇଥିବାରୁ ପତଞ୍ଜଳି ଯୋଗପୀଠର ନିଦେ୍ର୍ଦଶକ୍ରମେ ଏହି ଦିନକୁ ରାଷ୍ଟ୍ରୀୟ ମହିଳା ଦିବସ ଭାବେ ପାଳନ କରାଯାଇଥିଲା । ସକାଳ ୫ଘ. ସମୟରେ ସ୍ୱତନ୍ତ୍ର ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମହିଳା ପ୍ରଭାରୀ ମୁଖ୍ୟ ଯୋଗ ଶିକ୍ଷକ ଅନିମା ପଟ୍ଟନାୟକ ଆସନ ଓ ପ୍ରାଣାୟାମ ଦୈନିକ ଅଭ୍ୟାସ କରିବା ଦ୍ୱାରା କିପରି ସୁଫଳ ମିଳିଥାଏ ତାଉପରେ ଆଲୋକପାତ କରିଥିଲେ । ଭାରତ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜନସାଧାରଣଙ୍କୁ ନବବର୍ଷର ସନେ୍ଦଶ ଦିଆଯାଇଥିଲା । ଦିନ ୧୧ଘ. ସମୟରେ ରାଷ୍ଟ୍ରର ମଙ୍ଗଳ ପାଇଁ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ମହିଳାମାନେ ନିଜ ନିଜ ଘରେ ଯଜ୍ଞ ଆୟୋଜନ କରି କିପରି ସୁଖ ସମୃଦ୍ଧି ପାଇପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ମହିଳାମାନଙ୍କ ମଧ୍ୟରେ ହୁଳହୁଳି ଓ ହସ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଯୁକ୍ତା ମହାପାତ୍ର ପ୍ରଥମ ସ୍ଥାନ, ସୁମିତା ପୃଷ୍ଟି ଦ୍ୱିତୀୟ ସ୍ଥାନ ଓ କବିତା ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହ ପ୍ରତିଯୋଗୀତାର ବିଚାରକ ଭାବେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିପ୍ର ଚରଣ ମହାନ୍ତି, ସୁଶାନ୍ତ କୁମାର ମହାପାତ୍ର, ହୃଷିକେଶ ମେହେର, ମୋହନ କରଡିଆ ପ୍ରମୁଖ ଯୋଗଦେଇଥିଲେ । ମହିଳା ଦିବସ ଅବସରରେ କବୟତ୍ରୀ ଆଶାରାଣୀ ମିଶ୍ର ମହିଳାମାନଙ୍କ ଉପରେ ପର୍ଯ୍ୟବେସିତ ସ୍ୱରଚିତ କବିତା ପାଠ କରିଥିଲେ । ସଂଧ୍ୟାରେ ମହିଳା ପ୍ରଭାରୀ ଅନିମା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ବର୍ତମାନ ଦେଶରେ ମହିଳାମାନଙ୍କର ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିକାଶ ଓ ବିନାଶ ପାଇଁ ନାରୀମାନଙ୍କର ପ୍ରମୁଖ ଭୂମିକା ରହିଥିବା ପ୍ରକାଶ କରିବା ସହ ସମସ୍ତେ ପରିବାରର ଓ ସମାଜର ଭଲ କାର୍ଯ୍ୟପାଇଁ ଆଗେଇ ଆସିଲେ ଭାରତମାତାଙ୍କର ସୁଯୋଗ୍ୟ ନାରୀ ହୋଇପାରିବା ବୋଲି ଅଂଶଗ୍ରହଣ କରିଥିବା ସଦସ୍ୟାମାନଙ୍କୁ ଆହ୍ୱାନ କରିଥିଲେ । ଏଥିରେ ଭାରତ ସ୍ୱାଭିମାନ ଟ୍ରଷ୍ଟର ପ୍ରଭାରୀ ଦେବାଶିଷ ପୁରୋହିତ, ପତଞ୍ଜଳି ଯୋଗ ସମିତିର ପ୍ରଭାରୀ ହୃଷିକେଶ ପ୍ରଧାନ, ଯୁବା ଭାରତ ପ୍ରଭାରୀ ଦେବ ନାରାୟଣ ପ୍ରଧାନ, ସୂର୍ଯ୍ୟକାନ୍ତ ଦଳବେହେରା ମୁଖ୍ୟ ଯୋଗ ଶିକ୍ଷକ ମହାଦେବ ମହାନ୍ତି, ସମ୍ଭୁ ପ୍ରସାଦ ମିଶ୍ର, ବନ୍ଦ୍ର ଶେଖର ମିଶ୍ର, ସୁମିତା ଦାଶ୍, ପୁଷ୍ପାଞ୍ଜଳି ପାଢୀ, ସୈାମିତା ଚୈାୁଧୁରୀ, ପ୍ରଣତି ହୋତା କାଂଚନ ଅଗ୍ରଓ୍ୟାଲା ପ୍ରମୁଖ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top