ଅପରାଧ

ହିନ୍ଦୀ ପରୀକ୍ଷାରେ ଛାତ୍ର ଛାତ୍ରୀଙ୍କୁ କବାଟ ଲଗାଇ ଟେଷ୍ଟ ପେପରରୁ ଲେଖିବା ପାଇଁ ଅନୁମତି ଦେଇ ବାରଣ୍ଡାରେ ବିନା ୟୁନିଫ୍ରର୍ମରେ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଖବର କାଗଜ ପଢୁଛନ୍ତି

ହରିଚନ୍ଦନପୁର ତା୨୧.୦୩(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଶିକ୍ଷାଅଧିନସ୍ଥ ଜିରାଙ୍ଗ ଗ୍ରାମ ପଞ୍ଚାୟତର ସନ୍ତୋଷପୁର ଗ୍ରାମରେ ରହିଥିବା ଜେ.ପି.ଏସ ଉପ୍ରା.ବିଦ୍ୟାଳୟରେ ୬ଷ୍ଠ ଓ ୭ମ ଶ୍ରେଣୀରେ ୪୩ଜଣ ଛାତ୍ର ଛାତ୍ରୀ ପରିକ୍ଷା ଦେଉଥିବା ବେଳେ ବୁଧବାର ହିନ୍ଦୀ ପରିକ୍ଷା ଚାଲିଥିବା ସମୟରେ ଶ୍ରେଣୀ ଗୃହର ବାହାରୁ କବାଟ ବନ୍ଦ କରି ପିଲାମାନଙ୍କୁ ଟେଷ୍ଟପେପର ଦେଇ ଗ୍ରୁପ ହୋଇ ଉତ୍ତର ଲେଖିବାକୁ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ ଅନୁମତି ଦେଇଥିବା ଦେଖିବାକୁ ମିଳିଛି । ଓ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାନ୍ତଙ୍କ ସହ ଶିକ୍ଷକ ଧନେଶ୍ଵର ମହାନ୍ତ ବିନା ୟୁନିଫର୍ମରେ ସ୍କୁଲ ବାରଣ୍ଡାରେ ଚିଆର ପକାଇ ବସି ଖବର କାଗଜ ପଢୁଥିବାର ଦେଖିବାକୁ ମିଳିଛି । ସରକାର ମାସିକ ଲକ୍ଷାଧିକ ଟଙ୍କା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଦରମା ଦେଇ ଛାତ୍ର ଛାତ୍ରୀମାନଙ୍କ ଭବିଷ୍ୟତ ଗଢିବା ପାଇଁ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ଏମିତି ଶିକ୍ଷକମାନେ ମାସିକ ମୋଟା ଅଙ୍କର ଦରମା ନେଇ ନିଜ କାମକୁ ଠିକ୍ ଭାବରେ ନତୁଲାଇବା ସହ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତକୁ ନଷ୍ଟ କରିବାରେ ଲାଗିଛନ୍ତି ।ଅଭିଭାବକ ମାନେ ନିଜ ପିଲାମାନଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଦିନ ରାତି ଏକ୍ କରି ମୂଲ ମଜୁରୀ ଲାଗି ପିଲାମାନଙ୍କୁ ପାଠ ପଢାଉଛନ୍ତି । କିନ୍ତୁ ତାଙ୍କ ପିଲାମାନେ ଉଚ୍ଚ ଶିକ୍ଷିତ ହେବା ବଦଳରେ କପି କରି ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିବାର ଶିକ୍ଷ୍ୟା ନେଉଛନ୍ତି । ଏବାବଦରେ ଅଭିଯୋଗ ଆସିବା ପରେ ଆମ ପ୍ରତିନିଧି ଉକ୍ତ ସ୍କୁଲରେ ପରିକ୍ଷା ଚାଲିଥିବା ଅବସ୍ଥାରେ ପହଞ୍ଚିଥିଲେ । ଶିକ୍ଷକ ଓ ପ୍ରଧାନ ଶିକ୍ଷକ ୟୁନିଫର୍ମ ପିନ୍ଧି ନଥିବା ବାବଦରେ ପଚାରିବାରୁ ଶିକ୍ଷକ ଜଣଙ୍କ ମେଡିକାଲରୁ ଆସି ସ୍କୁଲରେ ପହଞ୍ଚିଥିବାର କହୁଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରକ୍ତି ହୋଇ ଅନେକ ପ୍ରଶ୍ନ କରିଥିଲେ । ଏବଂ ଛାତ୍ର ଛାତ୍ରୀମାନଙ୍କୁ ପରୀକ୍ଷାରେ ଟେଷ୍ଟ ପେପର ଦେବା ସହ ସେଥିରୁ ଉତ୍ତର ଲେଖିବାକୁ ଅନୁମତି ଦେବା ବିଷୟରେ ପଚାରିବାରୁ ପ୍ରଧାନ ଶିକ୍ଷକ ଓ ସହ ଶିକ୍ଷକ ସିଧାସଳଖ ଭାବେ ଉତ୍ତର ଦେଇଛନ୍ତି ହିନ୍ଦୀ ପଢାଇବା ପାଇଁ ଆମ ସ୍କୁଲରେ ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି । ସେଥିପାଇଁ ହିନ୍ଦୀ ଆମ ସ୍କୁଲରେ ପଢାଯାଇନାହିଁ ତେଣୁ ଆମେ ପିଲାମାନଙ୍କୁ ଟେଷ୍ଟ ପେପର ଦେଇଛୁ ସେଥିରୁ ଉତ୍ତର ଲେଖିବା ପାଇଁ ଅନୁମତି ଦେଇଛୁ । ଏବାବଦକୁ ନେଇ ଘଟଣାସ୍ଥଳରୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଫୋନ ଯୋଗେ ଯୋଗା ଯୋଗ କରିବା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ କୈୗଣସି କାରଣରୁ ଯୋଗା ଯୋଗ ହୋଇପାରିନଥିଲା । ଏବିଷୟକୁ ନେଇ ଏବିଇଓ ଖଗେଶ୍ୱର ମହାନ୍ତଙ୍କୁ ପଚାରିବାରୁ ସେ ଉକ୍ତ ସ୍କୁଲକୁ ଯାଇ ଘଟଣାର ତଦନ୍ତ କରି ସୂଚନା ଦେବେ ବୋଲି କହିଥିଲେ । ୪୩ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟି ଦେଇ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଅଧିକାରିଣୀ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକ ଓ ଗ୍ରାମବାସୀ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top