ହିଞ୍ଜିଳୀକାଟୁ ୧୦-୭ (ଓଡ଼ିଆ ପୁଅ/ପବିତ୍ର ପାତ୍ର) : ଗଞ୍ଜାମ ଜିଲ୍ଲା ହିଞ୍ଜିଳୀକାଟୁ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ବିଚ ବଜାରରେ ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ବେକରୁ ଅଢେଇ ଭରି ଓଜନର ସୁନାହାର ଝାମ୍ପିନେଇ ଦୃର୍ବୁର୍ତ୍ତମାନେ ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି ହିଞ୍ଜିଳୀକାଟୁ ସହରର ମାଣିକନଗର ଛକ ଅଞ୍ଚଳରେ ଘଟିଛି।
ଘଟଣାରୁ ପ୍ରକାଶ ଯେ, ମଙ୍ଗଳବାର ଦିନ ହିଞ୍ଜିଳୀକାଟୁ ସହରର ମାଣିକନଗର ଛକ ଅଞ୍ଚଳରେ ଏକ ଭୋଜିର ଆୟୋଜନ ହୋଇଥିଲା। ବ୍ରହ୍ମପୁର ବଡବଜାର ଅଞ୍ଚଳର ଅଶୋକ ପଟ୍ଟନାୟକଙ୍କ ସ୍ତ୍ରୀ ସ୍ମିତା ମଞ୍ଜରୀ ପଟ୍ଟନାୟକ ନିଜ ସମ୍ପର୍କୀୟଙ୍କ ଭୋଜିରେ ଯୋଗଦେବାକୁ ହିଞ୍ଜିଳୀକାଟୁ ଆସିଥିଲେ। ଅପରାହ୍ନ ପ୍ରାୟ ୧.୩୦ଘଣ୍ଟା ସମୟରେ ସ୍ମିତା ଭୋଜିଖାଇ ମାଣିକନଗର ସହିରୁ ବାସଷ୍ଟାଣ୍ଡ କୁ ଚାଲିଚାଲି ଯାଉଥିବା ସମୟରେ ୨ଜଣ ଦୃର୍ବୁର୍ତ୍ତ ଆସି ମହିଳାଙ୍କ ବେକରୁ ଅଢେଇ ଭରି ଓଜନର ସୁନାହାର ଝାମ୍ପିନେଇ କ୍ଷିପ୍ର ଗତିରେ ଆସିକା ରାସ୍ତା ଅଭିମୁଖେ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ। ଏନେଇ ସ୍ମିତା ହିଞ୍ଜିଳୀକାଟୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ଥାନା କେସ ନଂ-୧୫୪/୧୮ରେ ଏକ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ମାଣିକନଗର ନିକଟସ୍ଥ ଅଞ୍ଚଳର ଏକ ସିସିଟିଭି ଫୁଟେଜକୁ ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଛି।
ହିଞ୍ଜିଳୀକାଟୁରେ ଲୁଟେରାଙ୍କ ଆତଙ୍କ
Posted by ODIA PUA on Tuesday, 10 July 2018
