ଗଞ୍ଜାମ

ହିଞ୍ଜିଳି ପୌରାଂଚଳରେ ଦିନକୁ ଦିନ ବୁଲା ଗାଈଗୋରୁଙ୍କ ପ୍ରାଦୁର୍ଭାବ

ହିଞ୍ଜିଳି ୩୧-୭ (ଓଡ଼ିଆ ପୁଅ/ପବିତ୍ର ପାତ୍ର) ହିଞ୍ଜିଳି ପୌରାଂଚଳରେ ଦିନକୁ ଦିନ ବୁଲା ଗାଈଗୋରୁଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଟ୍ରାଫିକ ସମସ୍ୟା ସହ ଦୈନନ୍ଦିନ ଚାଷକାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି। ବୁଲା ଗାଈଗୋରୁ ମାନେ କ୍ଷେତରେ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ଗୋପାଳନ କରୁଥିବା କିଛି ଅସାଧୁ ମାନସିକତା ଧାରୀ ବ୍ୟବସାୟୀ ସକାଳୁ ଦୁଗ୍ଧ ସଂଗ୍ରହ କରି ନିଜ ଗାଈମାନଙ୍କୁ ଛାଡ଼ିଦେଉଛନ୍ତି। ଯାହାଫଳରେ ଗାଈମାନେ ଦିନସାରା ବାହାରେ ବୁଲି ଚାଷୀମାନଙ୍କ ବାଡ଼ି ଓ କ୍ଷେତରେ ପଶି ଫସଲ ନଷ୍ଟ କରୁଛନ୍ତି। ଯାହାଦ୍ୱାରା ଗରୀବ ଚାଷୀମାନଙ୍କୁ ବହୁ କ୍ଷତି ସହିବାକୁ ପଡ଼ୁଛି। ତେଣୁ ଚାଷୀମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ପୌର କର୍ତ୍ତୃପକ୍ଷ ଗୋପାଳକ ମାନଙ୍କୁ ତାଗିଦ କରିବା ସହ ଗାଈ ଗୁଡ଼ିକୁ କାଞ୍ଜିଆହୁଦାରେ ରଖି ଆବଶ୍ୟକୀୟ ଜରିମାନା ଆଦାୟ କରାଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ମତପ୍ରକାଶ ପାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top