ଗଞ୍ଜାମ

ହିଞ୍ଜିଳିକାଟୁ : ଯୁକ୍ତ ଦୁଇ ନାମ ଲେଖା ଅନ୍ ଲାଇନ୍ ପେମେଣ୍ଟ ବ୍ୟବସ୍ଥାକୁ ଅଲ ଇଣ୍ଡିଆ ଡ଼ି.ଏସ୍.ଓ ଛାତ୍ରଙ୍କ ବିରୋଧ

ହିଞ୍ଜିଳିକାଟୁ/ଗଞ୍ଜାମ ୬/୦୭ (ଓଡ଼ିଆ ପୁଅ) : ସରକାରଙ୍କ ନୂଆ ନୂଆ ଯୋଜନା କାର୍ଯ୍ୟକାରୀ ହେଉଥିବା କେଶ୍ ଲେଶ୍ ଅନ୍ ଲାଇନ୍ ପ୍ୟାମେଣ୍ଟ ବ୍ୟବସ୍ଥା ଗରୀବ, ଚାଷୀ ମୂଲିଆ ପିଲାମାନଙ୍କ ପଢିବା ସକାଶେ ଯୁକ୍ତ ଦୁଇ ନାମଲେଖା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି। ଆଜି ସକାଳ ଏନେଇ ହିଞ୍ଜିଳି ବିଜ୍ଞାନ ମହାବିଦ୍ୟାଳୟ ସମ୍ମୁଖରେ ଅଲ. ଇଣ୍ଡିଆ. ଡି.ଏସ୍.ଓ କମିଟି ତରଫରୁ ଧାରଣା ଦେଇଥିଲେ। କମିଟିର ସମ୍ପାଦକ ନାରାୟଣ ସାହୁଙ୍କ ତତ୍ୱବାଧାନରେ ଏହି ଧାରଣ ସମସ୍ତ କଲେଜ ତଥା ବେଳେଶ୍ୱର ମହାବିଦ୍ୟାଳୟ(ଗଣ୍ଡଳା), ବିଜ୍ଞାନ ମହାବିଦ୍ୟାଳୟ (ଆସ୍କା), ଖଲ୍ଲିକୋଟ କନିଷ୍ଠ ମହାବିଦ୍ୟାଳୟରେ ସିଧାସଳଖ ନଗଦ ଟଙ୍କା ନେଇ ନାମ ଲେଖା ବ୍ୟବସ୍ଥା ରହିଥିଲେ ମଧ୍ୟ ହିଞ୍ଜିଳିକାଟୁ ମହାବିଦ୍ୟାଳୟରେ ଏହାର ସୁବିଧା ପାଉନଥିବା ବିଭିନ୍ନ ଗ୍ରାମର ଦୂରଦୂରାନ୍ତରୁ ଗରୀବ ଚାଷୀ ମୂଲିଆ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅନଲାଇନର ବ୍ୟବସ୍ଥା ଜାଣିନପାରି ଇଣ୍ଟରନେଟ ଯୋନ ଗୁଡିକରେ ଫିସ୍ ସହ ଅଧିକ ୫୦ ରୁ ୩୦୦ ଟଙ୍କା ଦେଇ ଖରାରେ ଲମ୍ବା ଧାଡିରେ ରହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଅସୁବିଧାର ସୁଧାର ଆଣିବା ପାଇଁ ଆଜି ଏକ ଦାବିପତ୍ର କଲେଜର ଅଧ୍ୟକ୍ଷଙ୍କୁ ଦେଇ ଧାରଣା ଆରମ୍ଭ କରିଥିଲେ।ଏହି ଧାରଣାରେ ସଭାପତି ଡ଼ି.ତିରୁପତି ଦୋରା, ରଞ୍ଜନ ସେଠୀ, ପପୁନ ସାହୁ, ନିମାଇଁ ଚରଣ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top