ଓଡ଼ିଶା

ହିଞ୍ଜିଳିକାଟୁ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ

ହିଞ୍ଜିଳିକାଟୁ ୪-୯ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ରବିବାର ରାତିରେ ଶେରଗଡ଼ ଥାନା ଅନ୍ତର୍ଗତ ମାରୁଡ଼ି ଗ୍ରାମର ବାଳକୃଷ୍ଣ ତ୍ରିପାଠୀ ଓ ଲାଲମୋହନ ତ୍ରିପାଠୀ କୌଣସି କାମରେ ହିଞ୍ଜିଳିକାଟୁ ଆସିଥିଲେ। ସେଠାରେ ନିଜ କାମସାରି ଘରକୁ ଫେରିବା ସମୟରେ ହିଞ୍ଜିଳିକାଟୁ ଘୋଡ଼ାହାଡ଼ ବ୍ରିଜ୍ ନିକଟରେ ସମ୍ମୁଖରୁ ଆସୁଥିବା ଏକ ଟାଟା ଏସିଇ ଧକ୍କା ଦେଇଥିଲା। ଯାହାଫଳରେ ବାଳକୃଷ୍ଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଲାଲମୋହନ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଲାଲମୋହନଙ୍କୁ ଗୁରୁତର ଅବସ୍ଥାରେ ହିଞ୍ଜିଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ହିଞ୍ଜିଳି ଥାନା ପୋଲିସ୍ ଘଟଣାସ୍ଥଳରେ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଦୁଇଗାଡ଼ିକୁ ପୋଲିସ୍ ଜବତ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top