ହିଞ୍ଜିଳିକାଟୁ : ବିଦ୍ୟାଳୟ ଗୁଡିକରେ ବନ ମହୋତ୍ସଵ ପାଳିତ

ହିଞ୍ଜିଳିକାଟୁ/ଗଞ୍ଜାମ (ଓଡ଼ିଆ ପୁଅ/ପବିତ୍ର ପାତ୍ର) ଜିଲ୍ଲା ହିଞ୍ଜିଳିକାଟୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଶତାଧିକ ଚାର ରୋପଣ କରାଯାଇଥିଲା। ଏହି ଅବସରରେ ପୌର ପରିଷଦ ଅଧ୍ୟକ୍ଷା ଗୌରୀ ପାଣିଗ୍ରାହୀ, ଉପ-ନଗରପାଳ ସୁବାସ ଚନ୍ଦ୍ର ପୋଲାଇ, କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ପଣ୍ଡା, ଗୋଷ୍ଠୀ ଶିକ୍ଷାଅଧିକାରୀ ରେଶମ ଲାଲ୍ ନାୟକ ପ୍ରେସ କ୍ଲବ୍ ସମ୍ପାଦକ ବସନ୍ତ କୁମାର ପଟ୍ଟନାୟକ ସମସ୍ତ ଛାତ୍ରୀମାଙ୍କ ସହ ଅବିଭାବକ ଅତିଥି ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।ସମସ୍ତ କାର୍ଯ୍ୟକ୍ରମ କୁ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତି ଲତା ମୁନୀ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *