ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ବିଦ୍ୟାୟ କାଳୀନ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ ୯-୭ (ଓଡ଼ିଆ ପୁଅ/ପବିତ୍ର ପାତ୍ର) ରେଶମଲାଲ୍ ନାୟକଙ୍କ ନୂଆପଡା ପଞ୍ଚାୟତ ସମିତି କୁ ବଦଳି ହେବା ପରେ ତାଙ୍କୁ କାର୍ଯ୍ୟାଳୟ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପୂର୍ବରୁ ଶନିବାର ଦିନ ନୂତନ ଗୋଷ୍ଠୀ ଶିକ୍ଷାଧିକାରୀ ରୂପେ ଉମାଚରଣ ତ୍ରିପାଠୀ ହିଂଜିଳିକାଟୁରେ ଦାୟିତ୍ୱ ଗ୍ରହଣ କରିଥିଲେ।ପୂର୍ବରୁ ସେ ଖଲ୍ଲିକୋଟ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ଥିଲେ। ସୋମବାର ଦିନ ନୂତନ ବିଇଓ ଙ୍କ ଅଧ୍ୟକ୍ଷତାରେ ଅୟୋଜିତ ସଭାରେ ବିଦାୟ ସମ୍ବର୍ଦ୍ଧନା ସହ ଶ୍ରୀ ନାୟକଙ୍କ କାର୍ଯ୍ୟ ପ୍ରଣାଳୀ କୁ ପ୍ରଶଂସା କରିବା ସହ ତାଙ୍କର ଉତରାଉତର ଉନ୍ନତି ନିମନ୍ତେ କାମାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ସିଆରସିସି ସମେତ ରଘୁନାଥ ସାହୁ ଡ଼ି.ଗୌରୀ ପ୍ରମୋଦ କୁମାର ପଣ୍ଡିତ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *