ହିଞ୍ଜିଳିକାଟୁର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା

ହିଞ୍ଜିଳିକାଟୁ ୧୫-୭ (ଓଡ଼ିଆ ପୁଅ/ପବିତ୍ର ପାତ୍ର) ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ଶନିବାର ହିଂଜିଳି ଥାନା ଚୈତନପଡା ଛକ ଓ ସ୍ଥାନୀୟ ସହରର ଚନ୍ଦ୍ରକଳ୍ପେଶର ମନ୍ଦିର ନିକଟରେ ପୃଥକ ଦୁର୍ଘଟଣା ଘଟି ୪ ଜଣ ଆହତ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ପ୍ରଥମ ଦୁର୍ଘଟଣାରେ ବାଇକ୍ ଚାଳକ ନିଜ ଗାଡିର ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ର ଭିତରକୁ ପଶିଯାଇ ଥିଲେ। ସେ ହେଲମେଟ ପିନ୍ଧଥିବା ହେତୁ ମୁତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ। ଅନ୍ୟ ଏକ ଦୁର୍ଘଟଣାଟି ଗୋଟିଏ ଅଟୋ ସ୍କୁଟିକୁ ଧକ୍କା ଦେବା ଫଳରେ ବସିଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି। ବାଇକ୍ ଚାଳକ ଛତ୍ରପୁର ସହରର ଅଶୋକ ମୁଦୁଲି ( ୪୮) ଚନ୍ଦ୍ର କଳ୍ପେସର ମନ୍ଦିର ପାଖରେ ଘଟିଥିବା ବ୍ରହ୍ମପୁର କାଳୀମନ୍ଦିର ସାହିର ଟୁଟୁ ଜେନା (୫୨) ତାଙ୍କ ସ୍ତ୍ରୀ ଶାନ୍ତି (୪୨), ଓ ନାତୁଣୀ ତୁଳସୀ ଭୂୟାଁ( ୨) ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ। ହିଂଜିଳି ପୋଲିସ୍ ସ୍କୁଟି ଓ ଅଟୋକୁ ଜବତ କରି ତଦନ୍ତ ଚଳାଇଛନ୍ତି।

Leave a Reply

Your email address will not be published. Required fields are marked *