ହିଞ୍ଜିଳିକାଟୁରେ ରଥଯାତ୍ରା ପ୍ରସ୍ତୁତି ଵୈଠକ ଅନୁଷ୍ଠିତ

ହିଞ୍ଜିଳିକାଟୁ/ଗଞ୍ଜାମ (ଓଡ଼ିଆ ପୁଅ/ପବିତ୍ର ପାତ୍ର) ହିଞ୍ଜିଳିକାଟୁ ସହରରେ ଦୀର୍ଘ ବର୍ଷରୁ ପାଳିତ ହେଇ ଆସୁଥିବା ରଥଯାତ୍ରାକୁ ସୂଚାର ଏବଂ ସୁରୁଖୁରୁରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୌର ପରିଷଦ ସମଳନୀ ଗୃହରେ ଅନୁଷ୍ଠିତ ହେଇଥିଲା ପୌର ପରିଷଦ ତରଫରୁ ଏହି ବୈଠକରେ ସହରର (ଚାରିଟି) ଜଗନ୍ନାଥ ମନ୍ଦିରର ପରିଚାଳକଙ୍କମାନେ ଉପସ୍ଥିତ ରହି ଏହି ଯାତ୍ରାର ସୁପରିଚାଳନା ଏବଂ ସମ୍ପାଦନ ପାଇଁ ଆଲୋଚନା କରିଥିଲେ। ପୌର ପରିଷଦ ନଗରପାଳ ଗୌରୀ ପାଣିଗ୍ରାହୀଙ୍କ ଅଧ୍ୟତା ରେ ଆୟୋଜିତ ଏହି ବୈଠକରେରେ ପୌରାଞ୍ଚଳ କାର୍ଯ୍ୟ ନିର୍ବାହ ଅଧିକାରୀ ଅଶୋକ ପଣ୍ଡା, ଉପରେ ନଗର ପାଳ ସୁବାସ ଚନ୍ଦ୍ର ପୋଲଇ ଅଗ୍ନିଶମ ଅଧିକାରୀ ଲବ ନାୟକ, ବିଦ୍ୟୁତ ବିଭାଗ ଯନ୍ତ୍ରୀ ସରୋଜ କୁମାର ମିଶ୍ର, ପ୍ରେସ୍ କ୍ଲବ୍ ସମ୍ପାଦକ ବସନ୍ତ କୁମାର ପଟ୍ଟନାୟକ, ଯାତ୍ରା କମିଟି ସଭାପତି ଶିବରାମ ପଟ୍ଟନାୟକ ଗୁଣ୍ଡିଚା ଘର କମିଟି ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକ ସମାଜ ସେବୀ ଆକାଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *