ହିଞ୍ଜଳ ଜାଗା ଶୌଚାଳୟ ଓ ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ

ପୁରୀ:୧୨/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସମାଜସେବୀ ତଥା ହିଞ୍ଜଳ ଯାଗାର ସସମ୍ପାଦକ ନାରାୟଣ ସାହୁଙ୍କ ନିଜସ୍ୱ ଉଦ୍ୟମରେ ଜାଗାା ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ଏକ ଉନ୍ନତ ଶୌଚାଳୟ ଓ ପାନୀୟ ଜଳ ପ୍ରକଳ୍ପକୁ ଉଦ୍ଘାଟିତ ହୋଇଯାଇଛି। ବୁଧବାର ଦିନ ରାଜ୍ୟ କ୍ଷୁଦ୍ର ଜିଲ୍ଲା ନଗର ଅଧ୍ୟକ୍ଷ ତଥା ଦଇତାପତି ନିଯୋଗର ସଭାପତି ରାମକୃଷ୍ଣ ଦାସମହାପାତ୍ର ୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ଉଭୟ ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପୌରସଦସ୍ୟ ନୃସିଂହ ପ୍ରସାଦ ସାହୁ, ଗୌରହରି ପ୍ରଧାନ, ଜାଗାର ସଭାପତି କାଶୀନାଥ ସାହୁ, ସମ୍ପାଦକ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଲୋକନାଥ ପ୍ରଧାନ, ଜିତେନ୍ଦ୍ର ମୁଦୁଲି, ଭଗବାନ ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *