ହିଙ୍ଗୁଳା ମନ୍ଦିର ନିର୍ମାଣାର୍ଥେ ନକେଇପଶି ଗ୍ରାମ୍ୟ କମିଟିର ୫୦ହଜାର ଦାନ

ତାଳଚେର,୨୯/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ତାଳଚେର ବ୍ଲକ ଗୋପାଳପ୍ରସାଦସ୍ଥିତ ମା’ହିଙ୍ଗୁଳାଙ୍କ ଭବ୍ୟ ମନ୍ଦିର ନିର୍ମାଣାର୍ଥେ ନକେଇପଶି ଗ୍ରାମ୍ୟ କମିଟି ପକ୍ଷରୁ ୫୦ହଜାର ଟଙ୍କା ଦାନ କରାଯାଇଛି । ଶନିବାର ପୂର୍ବାହ୍ନରେ ନକେଇପଶି ଗ୍ରାମ୍ୟ କମିଟିର ସଭାପତି ଶ୍ରୀବତ୍ସ ଦାସ ଓ ସଦସ୍ୟ ସୁଶୀଲ ଦାସ ତାଳଚେର ଉପଜିଲ୍ଲାପାଳ ତଥା ମା’ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡ଼ର ଅଧ୍ୟକ୍ଷ ମିହିର ପ୍ରସାଦ ମହାନ୍ତିଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଭେଟି ଉକ୍ତ ଦାନ ଅର୍ଥ ପ୍ରଦାନ କରିଥିଲେ । ନକେଇପଶି ଗ୍ରାମ୍ୟ କମିଟିର ଏପରି ବଦାନ୍ୟତାକୁ ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ଟ୍ରଷ୍ଟ ବୋର୍ଡ଼ର ସମସ୍ତ ସଦସ୍ୟଙ୍କ ତରଫରୁ ଧନ୍ୟବାଦ ଦେବାସହ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ହିଙ୍ଗୁଳାଙ୍କର ଭବ୍ୟ ମନ୍ଦିର ନିର୍ମାଣାର୍ଥେ ମୁକ୍ତ ହସ୍ତରେ ଦାନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏହି ଅର୍ଥ ଦାନ ସମୟରେ ତାଳଚେର ଡେପୁଟି କଲେକ୍ଟର ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର,ଉପଖଣ୍ଡ ସୂଚନା ସ ଲୋକ ସମ୍ପର୍କ ଅଧିକାରୀ ସୈାରଭ ପ୍ରଧାନ,ହୃଦାନନ୍ଦ ସାହୁ,ଦୀନବନ୍ଧୁ ସାମଲ, ବ୍ରଜବନ୍ଧୁ ପଲେଇ,ବିରଞ୍ଚô ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *