ଅନୁଗୁଳ

ହିଙ୍ଗୁଳା ନୋଡାଲ ହାଇସ୍କୁଲରେ ବୃତିଗତ ପରାମର୍ଶ ଶିବିର

ତାଳଚେର, ୨୧/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକର କଳମଛୁଇଁ ପଂଚାୟତ ଅନ୍ତର୍ଗତ ହିଙ୍ଗୁଳା ନୋଡାଲ ହାଇସ୍କୁଲରେ ଏକ ବୃତିଗତ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହି ଦିନକିଆ ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁଃଖବନ୍ଧୁ ସାହୁ ଅଧ୍ୟକ୍ଷତା କରିଥିଲେ। ଏହି ଶିବିରରେ ଶିକ୍ଷା ବିଭାଗର ଅବସରପ୍ରାପ୍ତ ଜିଲ୍ଲା ପରିଦର୍ଶକ ପ୍ରତାପ ଚନ୍ଦ୍ର ପ୍ରଧାନ, କୃଷିବିଭାଗର ଅବସରପ୍ରାପ୍ତ ଓଭରସିଅର୍ ସୁଦର୍ଶନ ସାହୁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶିକ୍ଷାବିତ୍ ପ୍ରତାପ ଚନ୍ଦ୍ର ନନ୍ଦ, କଳମଛୁଇଁ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସିକା ଡା.ଭାଗ୍ୟଲକ୍ଷ୍ମୀ ଷଡ଼ଙ୍ଗୀ, ଅବସରପ୍ରାପ୍ତ ପୋଲିସ ସବ-ଇନସ୍ପେକ୍ଟର ପବିତ୍ର ମୋହନ ସାହୁ, ଜୀବନବୀମା ନିଗମର ବରିଷ୍ଠ କର୍ମଚାରୀ ବିଧୁଭୂଷଣ ସାହୁ, ଗୋପାଳପ୍ରସାଦ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ହେମନ୍ତ କୁମାର ଦାସ, ଚିତ୍ରକର ଅଶୋକ କୁମାର ସ୍ୱାଇଁ, ଇଂ.ଜ୍ୟୋତିରଞ୍ଜନ ପ୍ରଧାନ ଓ ସମାଜସେବୀ ବିଭୁତି ଭୂଷଣ ସ୍ୱାଇଁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ କୃଷି, ଆଇନ୍, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଇଂଜିନିୟରିଂ, ସାମ୍ବାଦିକତା, ସମାଜସେବା ଆଦି ବୃତି ସମ୍ପର୍କରେ ଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଏଥିରେ ସ୍କୁଲର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ମୋଟ ୪୫ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଶିବିରକୁ ଶିକ୍ଷକ ପ୍ରଶାନ୍ତ କୁମାର ସାମଲ ପରିଚାଳନା କରିଥିଲେ। ବିଦ୍ୟାଳୟର ଶିକ୍ଷକ ତ୍ରିଲୋଚନ ପ୍ରଧାନ, ଚିନ୍ମୟୀ ପ୍ରଧାନ, ଅନୂପମା ବଳ, ନନ୍ଦିନୀ ବେହେରା, ସୁଦେଷ୍ଣା ବେହେରା, ତ୍ରିଲୋଚନ ନନ୍ଦ, ଅନୁପମା ବଳ, ସୁବାସ ଚନ୍ଦ୍ର ସ୍ୱାଇଁ, ରାଜକିଶୋର ସାହୁ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ତ୍ରିଲୋଚନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top