ହିଙ୍ଗୁଳା ନୋଡାଲ୍ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ

ତାଳଚେର, ୩୦/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ କଳମଛୁଇଁ ପଂଚାୟତ ଅନ୍ତର୍ଗତ ହିଙ୍ଗୁଳା ନୋଡାଲ୍ ଉଚ୍ଚ ବିଦ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମର ପ୍ରାରମ୍ଭିକ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଅଭିନବ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଃଖବନ୍ଧୁ ସାହୁ ଆବାହକତ୍ୱ କରିଥିଲେ। ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ବରିଷ୍ଠ ନାଗରିକ ଅକ୍ଷୟ କୁମାର ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବରେ ସିଆରସିସି ସୁବାସ ଜ୍ୟୋତିଷ, କଳମଛୁଇଁ ସରପଂଚ ସ୍ୱାଗତିକା ବିଶ୍ୱାଳ, ସମିତି ସଭ୍ୟା କୁମୁଦିନୀ ସାହୁ, ପୁରାତନ ଛାତ୍ର ସଂସଦର ସଭାପତି ମୂରଲୀଧର ସାହୁ ଓ ସମାଜସେବୀ ଗଗନ ବିହାରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିବାସହ ସ୍ୱାଗତ ଭାଷଣ ଦେଇଥିଲେ। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ସରକାରଙ୍କ ଆଭିମୁଖ୍ୟ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ବିକାଶ ନିମନ୍ତେ ପ୍ରତ୍ୟେକ ନାଗରିକ, ପୁରାତନ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଶିଳ୍ପାନୁଷ୍ଠାନ ତଥା ସାମାଜିକ ସଙ୍ଗଠନ ଗୁଡିକୁ ସାମିଲ୍ କରିବା ପାଇଁ ଅତିଥିମାନେ ଆହ୍ୱାନ କରିଥିଲେ। ଏଥିସହିତ ଆସନ୍ତା ଜୁନ୍ ମାସ ୬ ତାରିଖ ଦିନ ବିଦ୍ୟାଳୟ ପ୍ରାଙ୍ଗଣରେ ‘ମୋ ସ୍କୁଲ ଅଭିଯାନ’ର ବୈଠକ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆ ଯାଇଥିଲା। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସର୍ବସମ୍ମତିକ୍ରମେ ମୂରଲୀଧର ସାହୁଙ୍କୁ ସଭାପତି ଭାବରେ ନିର୍ବାଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ତ୍ରିଲୋଚନ ପ୍ରଧାନ, ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀ, ଚିନ୍ମୟୀ ପ୍ରଧାନ, ଅନୁପମା ବଳ, ପୁରୁଷୋତମ ମହାନ୍ତି, ରାଜକିଶୋର ସାହୁ, ତ୍ରିଲୋଚନ ନନ୍ଦ, ସୁବାସ ଚନ୍ଦ୍ର ସ୍ୱାଇଁ, ମା ହିଙ୍ଗୁଳା ପାଠାଗାରର ସଭାପତି ହାଡିବନ୍ଧୁ ପ୍ରଧାନ, ଦୟାନଧି ସାହୁ, ପ୍ରଭାକର ପ୍ରଧାନ, ସୁଭାଷ ଚନ୍ଦ୍ର ପ୍ରଧାନ, ସ୍ୱର୍ଣ୍ଣଲତା ଭୋଇ, ଜ୍ୟୋତିଶଙ୍କର ପ୍ରଧାନ, ଡ.ଲକ୍ଷ୍ମୀଧର ମାଝୀ, ସୁବାସ ଚନ୍ଦ୍ର ମୁଦୁଲି, କବି ସାହୁ, ସମାଜସେବୀ ବିଭୁତି ଭୂଷଣ ସ୍ୱାଇଁଙ୍କ ସହ ବହୁ ପୁରାତନ ଛାତ୍ର ଯୋଗ ଦେଇଥିଲେ। ଶେଷରେ ଶିକ୍ଷକ ତ୍ରିଲୋଚନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *