ହିଙ୍ଗୁଳା କୋଇଲାଖଣିରେ ଶ୍ରମିକ ଦିବସ ପାଳିତ

ତାଳଚେର, ୩/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ ଏମ୍.ସି.ଏଲ୍ ହିଙ୍ଗୁଳା ଖୋଲାମୁହାଁ କୋଇଲାଖଣିରେ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ହିଙ୍ଗୁଳା ଟାଇମ ଅଫିସ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ହିଙ୍ଗୁଳା ପ୍ରକଳ୍ପ ଅଧିକାରୀ ସୁରେନ୍ଦ୍ର କୁମାର ଶର୍ମା ଅଧ୍ୟକ୍ଷତା କରିଥିଲେ। ସର୍ବପ୍ରଥମେ ଖଣିର ବରିଷ୍ଠ ଶ୍ରମିକ ମୋହନ ଚନ୍ଦ୍ର ପ୍ରଧାନ ଲାଲଧ୍ୱଜାକୁ ଉତୋଳନ କରିଥିଲେ। ଏହାପରେ ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧି ମାନେ ଶ୍ରମିକ ଦିବସ ପାଳନର ଉଦ୍ଦେଶ୍ୟ ଓ ଅଭିପ୍ରାୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଅତିଥିଗଣ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଶ୍ରମିକମାନଙ୍କର ଅବଦାନ ଶ୍ରେଷ୍ଠ ହୋଇଥିବା ବେଳେ ଶ୍ରମିକମାନେ କାର୍ଯ୍ୟସ୍ଥଳୀରେ ନିଜ ନିଜର ସୁରକ୍ଷାକୁ ପ୍ରାଧାନ୍ୟ ଦେବାକୁ ସେମାନେ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଖଣି ପ୍ରବନ୍ଧକ ପି.ଗୁଇନ୍, ସୁରକ୍ଷା ଅଧିକାରୀ ରମାକାନ୍ତ ବେହେରା, ବ୍ଲାଷ୍ଟିଂ ଅଧିକାରୀ ଶ୍ରୀକାନ୍ତ କୁମାର ମହାପାତ୍ରଙ୍କ ସହ ବହୁ ଖଣି ଅଧିକାରୀ, ଶ୍ରମିକ ଓ ସୁରକ୍ଷାକର୍ମୀଗଣ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ କାର୍ମିକ ଅଧିକାରୀ ଅମ୍ରିତ ଚୌଧୁରୀ ପରିଚାଳନା କରିଥିଲେ। ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ ୍ଟନ କରାଯାଇଥିଲା। ସେହିପରି ଏମ୍.ସି.ଏଲ ଜଗନ୍ନାଥ, ଲିଙ୍ଗରାଜ, ଭରତପୁର, ବଳରାମ, ଅନନ୍ତ, ନନ୍ଦିରା କୋଇଲା ଖଣି ସମେତ ବହୁ ସରକାରୀ, ବେସରକାରୀ ଅନୁଷ୍ଠାନରେ ମଧ୍ୟ ଶ୍ରମିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *