ହିଂସାତ୍ମକ ପରିବେଶ ସୃଷ୍ଟି କରିବାରେ ପୋଲସରା ପୋଲିସ ସିଦ୍ଧହସ୍ତ

ପୋଲସରା ୩୦-୩ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ପୋଲସରା ଥାନା ପୋଡିକୁ ଏକ ବର୍ଷରୁ ଅଧିକ ସମୟ ବିତି ଗଲାଣି ଥାନା ପୋଡିର ମୂଳ କାରଣ ହେଲା ଅଞ୍ଚଳ ବାସୀଙ୍କ ପୋଲିସ ଉପରୁ ଭରଷା ତୁଟି ଗଲାଣି। ପୋଲିସ ଶାସନ ବ୍ରିଟିଶ ଶାସନଠୁ ମଧ୍ୟ ବଳି ଗଲାଣି ସାଧାରଣ ଲୋକଙ୍କୁ ସାହସ ଓ ଭରଷା ଦେବା ବଦଳରେ ଖାକି ପୋଷାକ ମାଧ୍ୟମରେ ଲୋକଙ୍କୁ ଭୟଭୀତ କରାନ୍ତି। ପରାଧୀନ ନାଗରିକ ପରି ଚୁପ ରହିବାକୁ ପଡେ। ମୁଁହ ଖୋଲିଲେ ପୋଲିସର ଥାର୍ଡ ଡିଗ୍ରୀ ପ୍ରୟୋଗ କରନ୍ତି। ଏହି ସବୁ ଲୋକଙ୍କର ମନରେ ପୁଞ୍ଜିଭୁତ ଅସନ୍ତୋଷର କାରଣ ହେଉଛି ଥାନା ପୋଡି ! ନତୁବା ଜଣେ ଗ୍ରାମାଞ୍ଚଳ ସଧାରଣ ଝିଅଟିଏ SDPO ଙ୍କୁ ବିଚ ବଜାର ଉପରେ ଠେଙ୍ଗା ପ୍ରହାର କରିପାରି ନଥାନ୍ତା। ଖାଲି ସେତିକି ନୁହେଁ SDPO ଙ୍କୁ ମାଡହେଲା ବେଳେ ପୋଲିସ କର୍ମଚାରୀ ମାନେ ତଡେଇ ହୋଇ ଯାଉଥିଲେ।କିନ୍ତୁ ସେତେବେଳେ ଜନ ଆନ୍ଦୋଳନକୁ ସାମ୍ନା କରି ନିଜର ଜୀବନ ପ୍ରତି ବିପଦ ଥିଲେ ମଧ୍ୟ ପୋଲସରା ସାମ୍ବାଦିକ ମାନେ ଅସନ୍ତୋଷ ଜନତାଙ୍କ କବଳରୁ SDPOଙ୍କୁ ମିଳିତ ଭାବେ ଉଦ୍ଧାର କରିଥିଲେ। ଯାହାକି ପୋଲସରା ପୋଲିସର ଇତିହାସରୁ ଭୁଲି ହେବନି। ତଥାପି କୃତଘ୍ନତା କଲାଭଳି ପୋଲସରା ପୋଲିସ ସାମ୍ବାଦିକ ମାନଙ୍କ ବିରୁଦ୍ଧରେ ମିଥ୍ୟା ମକଦମା ଥାନାପୋଡି ସହିତ ଯୋଡିଛନ୍ତି ! ରାଜନୈତିକ ସରକାରୀ ଗୁଣ୍ଡା ସାଜିଥିବା ପୋଲସରା ପୋଲିସ ବେଳେବେଳେ ରାଜ ନୈତିକ କାରଣର ବସବର୍ତ୍ତୀ ହୋଇ ସାମ୍ବାଦିକ ମାନଙ୍କୁ ସ୍ଥାନୀୟ ରାଜନେତାଙ୍କ ଶରଣ ପଶିବା ପାଇଁ ବାଧ୍ୟ କରିଛନ୍ତି ! ନତୁବା ମିଥ୍ୟା କେସ କିମ୍ବା ଏନକାଉଣ୍ଟର ଭଳି ଘଟଣାମାନ ହେବବୋଲି ଧମକ ଦେଉଛନ୍ତି।ସେମାନେ ଆଙ୍ଗୁଳି ନିର୍ଦ୍ଧେଶ କଲାବେଳେ ନିଜେ ଜାଣି ପାରନ୍ତି ନାହିଁ ଯେ ନିଜ ମୁଠାର ତିନୋଟି ଆଙ୍ଗୁଠି ତାଙ୍କ ପଟକୁ ନିର୍ଦ୍ଦେଶ କରୁଛି ବୋଲି।ଏଣୁ ବେଳହୁଁ ସାବଧାନ ଦେଶ ସ୍ଵାଧୀନ ହେବାର ଦୀର୍ଘ ୭୦ବର୍ଷ ହୋଇଗଲା ସାଧାରଣ ଜନତାଙ୍କୁ ସେବା ଯୋଗାଇବା ବଦଳରେ ପୋଲିସ ଯେଉଁ ବ୍ରିଟିଶ ଶାସନ ଚଲାଉଛି ଯଥାଶୀଘ୍ର ମାନସିକତା ପରିବର୍ତ୍ତନ କରନ୍ତୁ ନତୁବା ସାଧାରଣ ଜନତା ଯେ ଚାହିଁଲେ ସରକାର ପରିବର୍ତ୍ତନ କରି ପାରନ୍ତି ସେମାନେ ଜାଣିବା ଦରକାର ଏବଂ ସେମାନେ ମଧ୍ୟ ଅମଭଳି ସାଧାରଣ ପରିବାରରୁ ଆସି ଜୀବନ ଜୀବିକା ପାଇଁ ଏହି ଖାକି ପୋଷାକ କୁ ଆପଣାଇ ନେଇଛନ୍ତି।ସମ୍ପୃକ୍ତ ଥାନା ପୋଡିରେ ପୋଲସରା ପୋଲିସର ସମ୍ପୂର୍ଣ୍ଣ ଭୁଲ ଥାଇ ନିଜର ଭୁଲ ଲୁଚାଇବକୁ ଯାଇ ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ପୋଲିସ ନିରୀହ ସାଧାରଣ ଲୋକଙ୍କୁ ଘରୁ ରାତି ଅଧିଆ ମାଡ଼ମାରି ଘରୁ ଉଠାଇ ନେଉଛନ୍ତି।କିଛି ଆଦେଶ ନଥାଇ ସାଧାରଣ ଗୁଣ୍ଡାଭଳି ଘରେପସି ରାତି ଅଧରେ ଉଠାଇ ଦିଅନ୍ତି।ଦେଖଣହାରି ମାନଙ୍କୁ ମଧ୍ୟ ଭୟଭୀତ କରାନ୍ତି।ଏହିସବୁ ବିଷୟ କେଉଁ ସମ୍ବିଧାନିକ ଲେଖା କେଉଁ ଅଧିକାରରେ ପୋଲିସ ମିଛ କେସକରି ସାଧାରଣ ଲୋକଙ୍କୁ ହଇରାଣ ହରକତ କରୁଛି ସାଧାରଣ ଲୋକଟିଏ ନିଜର ଦୁଃଖ ଜଣାଇବାକୁ ଗଲେ ସାହସ ଜୁଟୁନି।ବାଧ୍ୟ ବାଧକତାରେ ଗଲେ ସମବେଦନା ଜଣାଇବାକୁ ଗଲେ ଅପମାନିତ ହୋଇ ଫେରି ଆସିବାକୁ ପଡୁଛି।ବଡ ବଡ଼ିଆ ଏବଂ ରାଜ ନେତାଙ୍କ ବିରୁଦ୍ଧରେ କେସ କରିଲେ ଓଲଟା ଭିତରେ ରଖିବାର ଭୟ ଦେଖାଉଛନ୍ତି। ସାଧାରଣ ଲୋକଟିକୁ ଆଣି ସପ୍ତାହେ ପର୍ୟ୍ୟନ୍ତ ଥାନା ଭିତରେ ରଖନ୍ତି।କାହାରି କଥା ଶୁଣନ୍ତି ନାହିଁ କେବଳ ଉପର ମହଲରୁ ନିର୍ଦ୍ଦେଶ ହେଲେ ସମାଧାନ ହୁଏ।ଏଣୁ ପୋଲସରା ପୋଲିସ ମାନସିକତା ପରିବର୍ତ୍ତନ ହେଲେ ପୋଲସରା ଅଞ୍ଚଳର ସାଧାରଣ ଜନତା ଶାନ୍ତିରେ ନିଶ୍ୱାସ ମାରି ପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଥିବା ଶୁଣିବାକୁ ମିଳୁଛି।ଏଣୁ ବେଳ ସମୟକୁ ହିଁ ପ୍ରତୀକ୍ଷା।

Leave a Reply

Your email address will not be published. Required fields are marked *