ହାସ୍ୟ କଳାକାର ଶରତ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର ୪-୩ (ଓଡ଼ିଆ ପୁଅ): ହାସ୍ୟ ଅଭିନେତା ଶରତ ମହାନ୍ତିଙ୍କ ପରଲୋକ ହୋଇଛି। ସୋର ଅନ୍ତର୍ଗତ କ୍ଷିରକୋଣୀର ସ୍ଥାୟୀ ବାସିନ୍ଦା ଶରତ ମହାନ୍ତି ଓଡିଶା ଚଳଚ୍ଚିତ୍ର ଏବଂ ମଞ୍ଚ ନାଟକରେ ଜଣେ ଜଣାଶୁଣା ଚେହେରା। ତାଙ୍କର ଦେହାନ୍ତ ଏକ ଅପୂରଣୀୟ କ୍ଷତି। ତାଙ୍କ ବିୟୋଗରେ ଅନେକ କଳାକରା ଦୁଃଖ ପ୍ରକାଶ କରିଛନ୍ତି।

ଅନ୍ନପୂର୍ଣ୍ଣା ଥିଏଟରରୁ ନିଜ କଳାକାର ଜୀବନ ଆରମ୍ଭ କରିଥିଲେ ଶ୍ରୀ ମହାନ୍ତି। ପରବର୍ତ୍ତୀ ସମୟରେରେ ବହୁ ଟିଭି ଧାରାବାହିକରେ ଅଭିନୟ ସହ କରିବା ସହ ଲକ୍ଷ୍ମୀ, କା, ଅମଡାବାଟ, ସ୍ତ୍ରୀ, ମଲାଜହ୍ପ, ଭୂଲିହୁଏନା, ସକଳ ତୀର୍ଥ ତୋ ଚରଣେ ପ୍ରଭୃତି ପଚାଶ ରୁ ଉର୍ଦ୍ଧ ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ୧୯୬୨ ମସିହାରେ ମୁକ୍ତିଲାଭ କରିଥିବା ସୁପରହିଟ୍‌ ସିନେମା ‘ଲକ୍ଷ୍ମୀ ହେଉଛି ତାଙ୍କ ଅଭିନୀତ ପ୍ରଥମ ସିନେମା। ତାଙ୍କ ଦ୍ବାରା ଅଭିନୀତ ଶେଷ ସିନେମା ହେଲା ଫୂଜାଫୁଲ।

Leave a Reply

Your email address will not be published. Required fields are marked *