ଜିଲ୍ଲା ପରିକ୍ରମା

ହାସ୍ୟ ଓ ବ୍ୟଙ୍ଗଧର୍ମୀ ପତ୍ରିକା ‘ଆମ ବ୍ୟଙ୍ଗ ପସରା’ର ବିଷୁବ ସଂଖ୍ୟା ଓ ରମ୍ୟ ରଚନା ‘ମଞ୍ଚର ପେଞ୍ଚ’ ଉନ୍ମୋଚିତ

ଭଦ୍ରକ,୧୩ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ଅପରାହ୍ନରେ ଶ୍ରୀମତୀ ବସନ୍ତ ମିଶ୍ରଙ୍କ ସମ୍ପାଦନାରେ ପ୍ରକାଶିତ ହାସ୍ୟ ଓ ବ୍ୟଙ୍ଗ ଧର୍ମୀ ପତ୍ରିକା ‘ଆମ ବ୍ୟଙ୍ଗ ପସରା’ର ସାରସ୍ୱତ ସମାରୋହ, ଭଦ୍ରକର ବରିଷ୍ଠ ଅଧିବକ୍ତା ରାଖାଲ ଚନ୍ଦ୍ର ଦାସଙ୍କ ମହେନ୍ଦ୍ର ଭବନ ପରିସରରେ ଗୋଲକ ବିହାରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ବସନ୍ତ ମିଶ୍ରଙ୍କ ଲିଖିତ ରମ୍ୟ ରଚନା ‘ମଞ୍ଚର ପେଞ୍ଚ’ ଏବଂ ବଙ୍ଗଳାର ଅନୁବାଦ ଶିଶୁଗଳ୍ପ ପୁସ୍ତକ ‘ଗପଟିଏ ସେ ତ ନୀତିଟିଏ’ ମଧ୍ୟ ଉନ୍ମୋଚିତ ହୋଇ ଯାଇଛି । ରମ୍ୟ ରଚନା ‘ମଞ୍ଚର ପେଞ୍ଚ’ର ସମୀକ୍ଷକ ତଥା ମୁଖ୍ୟବକ୍ତା ଭାବେ  ଲକ୍ଷ୍ମୀକାନ୍ତ ତ୍ରିପାଠୀ ପୁସ୍ତକଟିକୁ ସମୀକ୍ଷା କରି ଏହା ଶ୍ରୀମତୀ ମିଶ୍ରଙ୍କର ପ୍ରଥମ ରମ୍ୟ ରଚନା ହୋଇଥିଲେ ମଧ୍ୟ ସମାଜର ବିଧି ବ୍ୟବସ୍ଥା ପ୍ରତି ତୀବ୍ର କଟାକ୍ଷପାତ କରି ପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଏହାଛଡା ବ୍ୟଙ୍ଗ ସାହିତ୍ୟ ସମାଜର ଅନ୍ୟାୟ, ଅନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ ପୂର୍ବକ ମସି ରୂପକ ତୀବ୍ର ଅଶୀ ଚାଳନା କରିଥାଏ ବୋଲି ବକ୍ତବ୍ୟ ରଖିଥିଲେ । ‘ଗପଟିଏ ସେତ ନୀତିଟିଏ’କୁ ସମୀକ୍ଷା କରିଥିଲେ କରୁଣାକର ବେହୁରିଆ । ସେ ଏହା ଶ୍ରୀମତୀ ମିଶ୍ରଙ୍କର ଅନୁବାଦ ଶିଶୁ ପୁସ୍ତକ ହେଲେ ବି ଶିଶୁମାନଙ୍କର ମନଛୁଆଁ ତଥା ନୀତିଶିକ୍ଷା ସମ୍ବଳିତ ଅଟେ ବୋଲି ମତି ରଖିଥିଲେ । ମୁଖ୍ୟ ଅତିଥି ବିଷ୍ଣୁ ସେଠୀ ବ୍ୟଙ୍ଗ ଓ ହାସ୍ୟ ସାହିତ୍ୟ ସମାଜରେ ସୁଧାର ଆଣିବାରେ ସହାୟକ ହୋଇଥାଏ ବୋଲି ମନ୍ତବ୍ୟ ରଖିôଥଲେ । ବିଜୟ କୁମାର ବହଳୀ ସଭା ଆରମ୍ଭରେ ବେଦପାଠ କରିଥିଲା ବେଳେ ରଶ୍ମିତା ଦାସ ଅତିଥିମାନଙ୍କୁ ମଞ୍ଚକୁ ପାଛୋଟି ଆଣିଥିଲେ । ସ୍ନେହଲତା ବେହେରା ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ବ୍ୟାଚ୍ ପ୍ରଦାନ କରିଥିଲେ । ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ନିର୍ମଳ ଚନ୍ଦ୍ର ରାଉତ ଏବଂ ସ୍ୱାଗତ ଭାଷଣ ରଖିôଥଲେ ବୈକୁଣ୍ଠ ବିଶ୍ୱାଳ । ବସନ୍ତ ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲା ବେଳେ ଗୀତାରାଣୀ ଆଇଚ ଧନ୍ୟବାଦ ଅର୍ପଣ କରିଥିଲେ । ଗଙ୍ଗାଧର ପତି, ପ୍ରଭାତ ନଳିନୀ ମହାପାତ୍ର, ଝରଣା ପଟ୍ଟନାୟକ, ଅକ୍ଷୟ ଜେନା, ଡ. ମନୀନ୍ଦ୍ର ମହାନ୍ତି, ଏସ୍.ଏମ୍. ଫାରୁକ, ଏମ୍.ଏ. ନବୀ, କମଳାକାନ୍ତ ଜେନା,  ଅଭୟ ଦ୍ୱିବେଦୀ, ପ୍ରୀତିଲତା ପଣ୍ଡା, ଅନୁରାଧା ମିଶ୍ର, ଚୈତାଳୀ ଖିଲାର, ବାବାଜୀ ମହାନ୍ତି, ପ୍ରମୋଦ ରାୟ ପ୍ରମୁଖ ସଭାଟିକୁ ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top