ହାର୍ଣ୍ଣିଆ ଅସ୍ତ୍ରପ୍ରଚାରରେ ଡାକ୍ତରଙ୍କ ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା ୨୦/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ଜଣେ ଗରିବ ଲୋକର ଏକ ହାର୍ଣ୍ଣିଆ ଅପରେସନ କରିବାରେ ଜିଲ୍ଲା ମୁଖ୍ୟ ଚିକିସôାଳୟର ଡାକ୍ତରଙ୍କ ଉଦାସୀନତା ବିରୋଧରେ ସଂପୃକ୍ତ ବ୍ୟକ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ରଘୁଜୀଙ୍କୁ ଭେଟି ଅଭିଯୋଗ କରିଥିବା ଜଣାପଡିଛି । ଜିଲ୍ଲାର ମହାକାଳପଡା ଥାନା ଅନ୍ତର୍ଗତ ଗୟାସପୁର ଗ୍ରାମର ନାରାୟଣ ସାମଲଙ୍କ ପୁଅ ମନୋଜ ସାମଲ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିସôାଳୟର ଡାକ୍ତର ଦେଖିବା ପରେ ଓ କେତେକ ପରୀକ୍ଷା ହେବା ପରେ ମନୋଜଙ୍କ ହାର୍ଣ୍ଣିଆ ଅପରେସନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । କିନ୍ତୁ ନିଶ୍ଚେତକ ଡାକ୍ତରଙ୍କ ବିରୋଧ ଯୋଗୁଁ ମନୋଜଙ୍କ ଅପରେସନ ହୋଇ ପାରିନଥିଲା । ତେଣୁ ମନୋଜ ଏ.ଡି.ଏମ.ଓଙ୍କ ଠାରୁ ଆରମ୍ଭକରି ସି.ଡି.ଏମ.ଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ସାକ୍ଷାତ କରି ଏ ବିଷୟ ଜଣାଇବା ପରେ ମଧ୍ୟ ତାର ଅପରେସନ ହୋଇ ନପାରିବାରୁ ମନୋଜ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ । ଜିଲ୍ଲାପାଳ ରଘୁଜୀ ଏହି ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସି.ଡି.ଏମ.ଓ.ଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *