Home ଓଡ଼ିଶା ହାର୍ଡକୋର ମାଓବାଦୀ ସମେତ ୫ ଗିରଫ

ହାର୍ଡକୋର ମାଓବାଦୀ ସମେତ ୫ ଗିରଫ

79

କୋରାପୁଟ; ତା୦୯-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ମାଛକୁଣ୍ଡରେ ଅବସ୍ଥାପିତ ସୀମା ସୁରକ୍ଷା ବଳ(ବିଏସଏଫ) ଦ୍ୱାରା ଜଣେ ହାର୍ଡକୋର ମାଓବାଦୀ ସମେତ ୪ଜଣ ମିଲିସିଆ ଗିରଫ ହୋଇଛନ୍ତି। ଗିରଫ ହାର୍ଡକୋର ମାଓବାଦୀ ହେଲେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ବଚେଲପଦର ପଂଚାୟତ ଆନ୍ଧ୍ରାପାଲି ଗ୍ରାମର ରାମ ପାଙ୍ଗି(୨୨)। ରାମ ପାଙ୍ଗି ଆନ୍ଧ୍ର ଓଡିଶା ବୋର୍ଡର ସ୍ପେସିଆଲ ଜୋନାଲ କମିଟି(ଏଓବିଏସଜଡେସି) ଅଧୀନ ମାଲକାନଗିରି-କୋରାପୁଟ-ବିଶାଖା ବୋର୍ଡର(ଏମକେଭିବି)ର ଗୁମା ଏରିଆ କମିଟିର ଜଣେ ପ୍ରମୁଖ ସଦସ୍ୟ ଥିବାବେଳେ ଓଡିଶା ସରକାର ରାମ ନାଁରେ ଏକଲକ୍ଷ ଟଙ୍କାର ପୁରଷ୍କାର ରଖିଥିଲେ। ମାଛକୁଣ୍ଡ ଥାନା ହନୁମାଳ ଗ୍ରାମରେ କେତେକ ମାଓବାଦୀ ପଶି ଗ୍ରାମବାସୀଙ୍କ ଉପରେ ଅତ୍ୟାଚାର ଚଲାଇଥିବା ସୂଚନା ବିଏସଏଫ୍ ଗୋଇନ୍ଦା ବିଭାଗକୁ ସୂଚନା ମିଳିବା ପରେ ମାଛକୁଣ୍ଡ ଟ୍ରୁପ୍ ଅଚାନକ ହନୁମାଳ ଗ୍ରାମ ଉପରେ ଚଢଉ କରିଥିଲା। ଚଢଉ ସମୟରେ ବିଏସଏଫ୍ ରାମ ପାଙ୍ଗିଙ୍କ ସମେତ ଅନ୍ୟ ୪ଜଣ ମିଲିସିଆଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଅନ୍ୟ ପକ୍ଷରେ ନୟନା ଖୀଲ ନାମ୍ନୀ ଜଣେ ମହିଳା ହୋର୍ଡକୋର ମାଓବାଦୀ ବିଏସଏଫ ନିକଟରେ ଆତ୍ମ ସମର୍ପଣ କରିଥିବା ମଧ୍ୟ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.