ହାବସପୁର ମଣ୍ଡିରେ ବିନା ଓଜନରେ ଧାନ ଉଠାଣ ହେଉଥିବା ଅଭିଯୋଗ

କଳାହାଣ୍ଡି- ୨୮ ମଇ (ଓଡିଆ ପୁଅ)କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ରବିଧାନ କିଣା କାରବାର ସୁରୁଖୁରୁରେ ଚଳାଇନେବାକୁ ଉଦ୍ୟମ କରାଯାଇଥିବା ବେଳେେôଯାଗାନ ବିଭାଗ ପକ୍ଷରୁ ସେହି ଚିରାଚରିତ ଢଙ୍ଗରେ ମିଲର୍ସ ଟେଗିଂ ବବସ୍ଥା କରାଯାଇଥିବାରୁ ଜୁନାଗଡ ବ୍ଲକ ହାବସପୁର ମଣ୍ଡିରେ ପୂର୍ବାବସ୍ଥା ଜାରି ରହିଥିବା ଅଭିଯୋଗ ହେଉଛି। ଏହି ହାବସପୁର ମଣ୍ଡିରେ ସ୍ଥାନୀୟ ମିଲର୍ସ ମାନଙ୍କ ନିଜସ୍ୱ ମର୍ଜୀରେ ଧାନ ଉଠାଣ କାରବାର ଚାଲିଥାଏ। ଏପରିକି ଧାନ କିଣା ରେଜିଷ୍ଟରରେ ମିଲର୍ସ ନିଜେ ଲେଖାଲେଖି କରିବା ସହିତ ସମସ୍ତ କାଗଜାତ ପ୍ରସ୍ତୃତ କରୁଥିବା ମଧ୍ୟ ଅଭିଯୋଗ ହୋଇଥାଏ। ଅନେକ ସମୟରେ ବିଭିନ୍ନ ଚାଷୀଙ୍କ ରାଜସ୍ୱ ରସିଦ ଦାଖଲ କରିଦେଇ ସେମାନଙ୍କ ନାମରେ ଧାନ ବିକ୍ରୀ କରୁଥିବା ଦର୍ଶାଇ ସଂପୃକ୍ତ ଚାଷୀଙ୍କ ଠାରୁ ଆଗତୁରା ଏଟିଏମ କାର୍ଡ ମାଗିନେଇ ଟଙ୍କା ଉଠାଣ କରାଯାଇଥିବା ଅନେକ ଉଦାହରଣ ରହିଥିବା ପ୍ରକାଶ। ଅତୀତରେ ବେଆଇନ ଧାନ ଗଚ୍ଛିତ ହୋଇଥିବା ଅଭିଯୋଗ ହେବାପରେ ଧର୍ମଗଡ ଏସିଏସଓଙ୍କ ଦ୍ୱାରା ଯାଂଚ କରାଯାଇଥିବା ଉକ୍ତ ଧାନକୁ ଜନୈକ ଚାଷୀଙ୍କ ବୋଲି ଦର୍ଶା ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସେହି ଚାଷୀଙ୍କ ନାମରେ ହାବସପୁର ମଣ୍ଡିରେ ସ୍ଥାନୀୟ ମିଲର୍ସଙ୍କ ଦ୍ୱାରା ଧାନ ଉଠାଣ କରାଯାଇଥିବା ଉଦାହରଣ ରହିଛି। ଆଗରୁ ଅନେକ ପ୍ରକାର ହେରାଫେରି ହେଉଥିବା ଅଭିଯୋଗ ହୋଇଆସିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଏପରିକି ଯୋଉଁ ଚାଷୀ ଧାନ ଉଠାଣ ପାଇଁ ଦାବି କଲେ ତାକୁ ଉଦ୍ଦେଶ୍ୟ ମୂଲକ ଭାବେ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି। ଚାଷି ଯେତେ ଯାହା ଆପତି ଅଭିଯୋଗ କଲେ ମଧ୍ୟ ଯୋଗାଣ ବିଭାଗ ସେସବୁ ଅଭିଯୋଗ କୁ ଅଣଦେଖା କରୁଥିବା ହେତୁ ଏବେ ଚାଷୀ ମାନେ ଯାହା ଅସୁବିଧା ଓ କ୍ଷତି ହେଲେ ମଧ୍ୟ ଆଉ ଆପତି କରୁନଥିବା କୁହାଯାଉଛି। ସ୍ଥାନୀୟ ମିଲର୍ସ ଟେଗିଂ କରାନଯାଇ ବାହାର ଅଂଚଳର ଯୋକୌନସି ମିଲର୍ସ ଟେଗିଂ କରାଯିବାକୁ ବାରମ୍ବାର ଦାବି କଲେ ମଧ୍ୟ ତାହା ଯୋଗାଣ ବିଭାଗ ନାଲିଫିତା ତଳେ ରଙ୍ଗୀନ କାଗଜ ତଳେ ଚାପି ହୋଇଯାଉଛି। ଟ୍ରାନସପୋର୍ଟିଂ ମୂଲ୍ୟ କମାଇବା ପାଇଁ ଏଭଲି ଭାବେ ବ୍ୟବସ୍ଥା କରାଯାଉଥିବା ଯୋଗାଣ ବିଭାଗ ଦ୍ୱାରା ସଫେଇ ଦିଆଯାଉଥିବା ବେଳେ କିନ୍ତୁ ଅନ୍ୟାନ୍ୟ ମିଲର୍ସ ମାନଙ୍କୁ ୮୦ ରୁ ୧୧୦ କି.ମି. ଦୂରସ୍ଥ ମଣ୍ଡରେ ଟେଗିଂ ହେଉଥିବା ନଜିର ରହିଛି। ହାବସପୁର ଠାରୁ ୧୦ କି.ମି. ଦୂରତା ମଧ୍ୟରେ ପ୍ରାୟ ଦଶ ଗୋଟି ମଣ୍ଡି ରହିଛି କିନ୍ତୁ ଯୋଗାଣ ବିଭାଗ ତାହା ଜାଣି ପରୁନାହିଁ ଏବଂ ଚାଷୀ ମାନଙ୍କ ଯୋତେ ଦାବି ହେଲେ ମଧ୍ୟ ମିଲର୍ସକୁ ସୁହାଇବା ଭଲି ହାବସପୁର ମଣ୍ଡିରେ ହିଁ ଟେଗିଂ କରିଦିଆଯାଉଛି। ବିଗତ ଦିନ ମାନଙ୍କରେ ହେଉଥିବା ଫନ୍ଦି ଫିକର ଏବେ ପ୍ରାୟ ବନ୍ଦ ହୋଇଯାଇଥିବା ବେଳେ ଏବେ ମରିଯାଇଥିବା ଲୋକଙ୍କ ନାମରେ ଥିବା ଏବଂ ଧାନ ବିହନ ଯୋଗାଉଥିବା ଲୋକମାନଙ୍କ ନାମରେ ଥବା ଜମିକୁ ନିଜ ନିଜ ନାମରେ କିମ୍ବା ନିଜ ସଂପର୍କୀୟ ମାନଙ୍କ ନାମରେ ଦର୍ଶାଇ ଧାନ ବିକ୍ରୀ କରିବାର ନୂଆଯୋଜନା ଚାଲିଥିବା ବିଷୟ ନିର୍ଭର ଯୋଗ୍ୟ ସୂତ୍ରରୁ ଜଣାପଡିଛି। ଘଟଣା ଯଦି ସତ୍ୟ ହୋଇଥାଏ ତେବେ ସ୍ଥାନୀୟ ରାଜସ୍ୱ ବିଭାଗ କର୍ମଚାରୀ ଏବଂ ପାକ୍ସ କର୍ମଚାରୀ ନିଶ୍ଚିତ ଭାବେ ସଂଶ୍ଳିଷ୍ଟ ଥିବେ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ଏସବୁ ଅନେକ ବେଆଇନ କାରବାର କୁ ରୋକିବା ପାଇଁ ଚଳିତ ରବିରେ ହାବସପୁର ପାକ୍ସରେ ନାନ୍ଦୋଳ ପାକ୍ସର କାର୍ଯ୍ୟ ନିର୍ବାହୀଙ୍କୁ ପରଚେଜ ଅଫିସର ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି। ହେଲେ ସଂପୃକ୍ତ ପରଚେଜ ଅଫିସର ଆଖିରେ ଧୂଳି ଦେଇ ସଂପୃକ୍ତ ସ୍ଥାନୀୟ ମିଲର୍ସମାନେ ସେମାନଙ୍କ ରାଜ ଚଳାଇଥିବା ଅଭିଯୋଗ ହେଉଛି। ଗତ ସୋମବାର ୨୮.୦୫.୨୦୧୮ ଦିନ ସକାଳୁ ଉକ୍ତ ପରଚେଜ ଅଫିସର ନାନ୍ଦୋଳ ସମବାୟ ସମିତିର ସଭାପତିଙ୍କ ସହିତ ଧର୍ମଗଡ ଏଆରସିଏସ ଙ୍କ କାର୍ଯ୍ୟାଲୟରେ ଉପସ୍ଥିତ ଥିବା ବେଳେ ଏପଟେ ହାବସପୁର ମଣ୍ଡି ଭିତରକୁ ଧାନ ଗାଡିରେ ଅଣାଯାଇ କୌଣସି ପ୍ରକାର ଲୋଡିଂ ଅନଲୋଡିଂ କିମ୍ବା ଓଜନ କରାନଯାଇ ସିଧା ସଳଖ ମିଲର୍ସକୁ ପଠାଯାଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ପରଚେଜ ଅଫିସର ସଂଧ୍ୟା ୪ଟା ପରେ ଆସି କାଗଜାତ ପ୍ରସ୍ତୃତ କରିଥିବା ଜଣାପଡିଛି। ହେଲେ ସୋମବାର ୨୮ତାରିଖ ଦିନ ସକାଳରୁ ସଂଧ୍ୟା ପର୍ଯ୍ୟନ୍ତ ସିସିଟିଭି ଫୁଟେଜ ଚେକ କଲେ ସବୁ ସତ୍ୟା ସତ୍ୟ ଜଣାପଡିଯିବ। ଏସଂପର୍କରେ ସ୍ଥାନୀୟ ଚାଷୀ ମାନଙ୍କ ତରଫରୁ ଏଆରସିଏସ ଏବଂ ଏସିଏସଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେହେଁ କୌଣସି ପ୍ରକାର କାର୍ଯୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ସରକାର ଧାନ କିଣା କାରବାରରେ ସ୍ୱଚ୍ଛତା ଆଣିବା ପାଇଁ ବ୍ୟବସ୍ଥା କରୁଥିବା ବେଳେ ଏଭଲି ବେନିୟମ କାରବାରକୁ ପ୍ରୋତ୍ସାହନ ଦେଉଥିବା ହେତୁ ଏବଂ ଚାଷୀଙ୍କ ଆପତିକୁ ଅଣଦେଖା କରୁଥିବା ହେତୁ ଆଗାମୀ ନିର୍ବାଚନ ସମୟରେ ତାହାର ଉଚିତ ଜବାବ ଦେବେ ବୋଲି ଆଲୋଚନା ହେଉଛି। ଯୋଗାଣ ବିଭାଗ ପଦାଧିକାରୀ ମାନଙ୍କ କାର୍ଯ୍ୟକଳାପ ମଧ୍ୟ ସନ୍ଦେହ ଘେରରେ ଥିବା ପ୍ରକାଶ। ଗତ ପଂଚାୟତ ନିର୍ବାଚନ ସମୟରେ ଏଭଲି ଚାଷୀ ଅସନ୍ତୋଷ ଯୋଗୁଁ ରାଜ୍ୟ ସରକାର ବିପକ୍ଷରେ ଲୋକେ ମତଦାନ କରିଥିଲେ। ଆଗାମୀ ଦିନରେ ଚାଷୀ ଅସନ୍ତୋଷର ନିଶ୍ଚିତ ପ୍ରଭାବ ପଡିବ ବୋଲି ଆଲୋଚନା ହେଉଛି। ଉଚ୍ଚ କର୍ତ୍ତୃପକ୍ଷ ସେଥରପ୍ରତି ଦୃଷ୍ଟି ଦେଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *