ଜିଲ୍ଲା ପରିକ୍ରମା

ହାଫିଜ ଏ କୌରାନ ଛାତ୍ରଙ୍କ ଦସ୍ତାରବନ୍ଦୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼ ୨୩-୪ (ଓଡ଼ିଆ ପୁଅ/ବିଜୟ ସାହୁ) ଦାରୁଲ ଉଲୁମ ରଜା ଏ ମୁସ୍ତଫା ମଦରସାର ୯ଟି ଛାତ୍ର ଆମିରୁଦ୍ଦୀନ ବାଂକା, ରିୟାଜୁଦ୍ଦିନ ବାଙ୍କା, ଇନାମୁଲଇକ ବାଙ୍କା, ଜାବେଦ ଅଖତର ବାଙ୍କା, ଅରଶଦ ରଜା ବାଙ୍କା, କାଶୀଫ ରଜା ବାଙ୍କା, ଗୟାସୁଦ୍ଦିନ ବାଙ୍କା, ଶାହାଦତ ହୁସୈନ ବାଙ୍କା, ନଜରୁଲ ହକ ବାଙ୍କାଙ୍କୁ ହାଫିଜ ଏ କୌରାନ ଉପାଧିରୁ ବିଭୁଷିତ କରା ଯାଇଛି। ଏହି ଅବସରରେ ସମ୍ପ୍ରଦାୟ ଗଣ୍ୟମାନ୍ୟ ବ୍ୟକ୍ତି ଏବଂ ମଦରସା ଛାତ୍ରକୁ ନେଇ ଏକ ଶୋଭାଯାତ୍ରା ସ୍ଥାନୀୟ ଜାମା ମସଜିଦରୁ ନଗର ଭ୍ରମଣ କରି ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ପହଂଚି ଥିଲା। ଏଠାରେ ଅନୁଷ୍ଠିତ କାର୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଲ ବିଶ୍ବଜିତ ମହାପାତ୍ର, ସମ୍ମାନୀତ ଅତିଥି ଭାବରେ ସମ୍ବଲପୁରୀ ବସ୍ତ୍ରାଳୟ ସଭାପତି ସମ୍ବିତ ଆଚ଼ାର୍ୟ, ବିଶିଷ୍ଠ ସମାଜସେବୀ ଇଂ ଦେବବ୍ରତ ମିଶ୍ର, ସମାଜସେବୀ ଚ଼ନ୍ଦ୍ରଶେଖର ବାଗ, ବିଜେଡ଼ି ଯୁବନେତା ଉମେଶ ପଣ୍ଡା, କଂଗ୍ରେସ ନେତା ହରଦୀପ ସିଂ, ପହଲମାନ ଶେଖ କାଦିର ପ୍ରମୁଖ ଉପସ୍ଥିତ ହୋଇ ଛାତ୍ରଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ। ଏହି ପରିପେକ୍ଷୀରେ ଜିଲାର ବିଭିନ୍ନ ମସଜିଦ ସଭାପତି ସଂପାଦକଙ୍କୁ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ରୁ ଆସିଥିବା ଶାୟରୈ ଇସଲାମ ଏବଂ ମୌଲାନା ଛାତ୍ରଙ୍କୁ ପଗଡ଼ି ବାନ୍ଧି ହାଫିଜ ଏ କୌରାନ ଉପାଧିରେ ବିଭୁଷିତ କରିଥିଲେ। ମୌଲାନା ଅସଲମ କାଦରୀ, ମୌଲାନା ନିଜାମୁଦ୍ଦିନ ମିସବାହୀ, ମୌଲାନା ମହମ୍ମଦ ରମଜାନ ବରକାତୀ, ମୌଲାନା ସଜ୍ଜାଦ ହୁସୈନ, ହାଫିଜ ମହମ୍ମଦ ମୁସ୍ତାକଙ୍କ ସହ ରାଜ୍ୟ ବାହାରୁ ଆସିଥିବା ମୌଲାନା ଧାର୍ମିକ ପ୍ରବଚ଼ନ ପ୍ରଦାନ କରି ଉକ୍ତ ଉପାଧି ସମ୍ମାନ ବିଷୟରେ ଆଲୋକପାତ କରିଥିଲେ। ମଦ୍ରାସା କମିଟୀ ସଭାପତି ମହମ୍ମଦ ବବଲୁ, ସଂପାଦକ ଶେଖ ନସିମୁଦ୍ଦିନ, ମସଜିଦ କମିଟୀ ସଭାପତି ଶେଖ ଅସଗର, ସଂପାଦକ ମହମ୍ମଦ ନିଜାମୁଦ୍ଦିନ ଶାହା ପ୍ରମୁଖ ସଦସ୍ୟ କାର୍ୟକ୍ରମକୁ ପରିଚ଼ାଳନା କରିଥିଲେ. ପରିଶେଷ ରେ ଆମ ଲଙ୍ଗର ଆୟୋଜନ କରା ଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top