ହାତୀ ପଲଙ୍କ ଆକ୍ରମଣ ; ଭାଙ୍ଗିଲେ ୬ ବଖରା ଘର, ଆସବାବପତ୍ର ନଷ୍ଟ କରିବା ସହ ଖାଇଗଲେ ଧାନ – ଚାଉଳ

ଯୋଡା- ତା ୧୭/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଦୀର୍ଘ ଦିନ ହେଲା ଖାଦ୍ୟ ଅନ୍ୱେଷଣରେ ଲୋକାରଣ୍ୟକୁ ପଶି ଆସିଥିବା ୨୨ ଜଣିଆ ହାତୀ ପଲ ବନ ବିଭାଗ କର୍ମଚାରୀଙ୍କୁ ନାକେଦମ କରିଥିବା ବେଳେ ଗ୍ରାମବାସୀଙ୍କ ରାତିର ନିଦ ହଜେଇ ଦେଇଥିବାର ଖବର ମିଳିଛି । ଧାନ ଓ ଜନ ଜୀବନ ର ରକ୍ଷା ନିମନ୍ତେ ବିନ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ପ୍ରତିଷେଧମୂଳକ ଯୋଜନା ଏହି ବନ୍ୟପ୍ରାଣୀଙ୍କ ସଂଘବଦ୍ଧ ଯୋଜନା ଆଗରେ ଫିକା ପଡିଯାଇଥିବା କାରଣରୁ ଏହି ସଂଘବଦ୍ଧ ହାତୀପଳ ପଦର୍ପରେ ରାତିଅଧିଆ ଗୋଟାଏ ପରେ ଗୋଟାଏ ଗ୍ରାମକୁ ଟାର୍ଗେଟ କରୁଥିବାର ଜଣାପଡିଛି । ବଡବିଲ ରେଞ୍ଜ ଅନ୍ତର୍ଗତ ବିଲେଇପଦା କାରଣ ସାହି, କଣ୍ଡାର ଏବଂ ଜୁଗୁଡିଦର ଗାଁରେ ହାତୀ ଆତଙ୍କ ଦେଖାଦେଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ୨୨ ଜଣିଆ ହତୀ ପଲ ଏସବୁ ଅଞ୍ଚଳରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ଆସବାବପତ୍ର ନଷ୍ଟ କରିଥିବା ଖବର ହସ୍ତଗତ ହୋଇଛି । ଘର ଭାଙ୍ଗି ଭିତରେ ଧାନ ଚାଉଳ ଖାଇଯାଇଥିବା ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ । ବିଲେଇପଦା କାରଣ ସାହିର କିଶନ ପୂର୍ତିଙ୍କ ୩ ବଖରା ଘର ଭାଙ୍ଗି ଦେବା ସହ ଘରେ ଥିବା ସମସ୍ତ ଧାନ ଚାଉଳ ଖାଇ ଏକ ଚାଉଳ ବସ୍ତାକୁ ଟେକି ନେଇଯାଇଛନ୍ତି । କଣ୍ଡରା ଗ୍ରାମର ପୂର୍ଣ୍ଣ ମୁଣ୍ଡା ଓ ଜୀବନ ମୁଣ୍ଡାଙ୍କ ଗୋଟିଏ ଲେଖାଏଁ ଘର ଭାଙ୍ଗି ଦେଇଛନ୍ତି ଏହି ହାତି ପଲ । ସେହିପରି ଜୁଗୁଡିଦର ଗ୍ରାମର ତ୍ରିବନ ମୁଣ୍ଡାଙ୍କ ଗୋଟିଏ ବଖରା ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଇଛନ୍ତି । ବୁଧୁବାର ସକାଳୁ ବନ କର୍ମଚାରୀଙ୍କୁ ଖବର ଦେବା ପରେ ସେମାନେ ଘଟଣା ସ୍ଥଳରେ ପହଞ୍ଚô କ୍ଷୟକ୍ଷତିର ଆକଳନ କରିଛନ୍ତି । ଏବେ ହାତୀପଲ ବୈତରଣୀ ନଦୀ ପାରି ହୋଇ ଚମ୍ପୁଆ ରେଞ୍ଜକୁ ଚାଲିଯାଇଥିବା ବଡବିଲ ରେଞ୍ଜର ସୂଚନା ଦେଇଛନ୍ତି । ଏହି ସଂଘବଦ୍ଧ ହାତୀ ଆକ୍ରମଣ ଆଶଙ୍କାରେ ଏବେ ଚମ୍ପୁଆ ଗ୍ରାମର ଅଧିବାସୀ ଉଜାଗର ରହୁଥିବାର ଖବର ମିଳିଛି ।

 

 

Leave a Reply

Your email address will not be published. Required fields are marked *