ହାତୀ ଘଉଦେଇବା ବେଳେ ବାଣ ଫୁଟି ଜଣେ ଗୁରୁତ୍ତର ଆହତ

କରଞ୍ଜିଆ ୧୫/୬ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ପାଞ୍ଚପିଢ଼ ଉପଖଣ୍ଡ କରଞ୍ଜିଆ ଅଞ୍ଚଳରେ ବିଭିନ୍ନ ଗ୍ରାମମାନଙ୍କରେ ହାତୀ ଉପଦ୍ରବ ଜାରି ରହି ଥିବା ବେଳେ ହାତୀ ଜନବସତି ମୁହାଁ ହେଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ତେବେ ହାତୀ ଘଉଡାଇବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ସତନ୍ତ୍ର ବେବସ୍ତା କରୁ ଥିଲେ ମଧ୍ୟ ଗ୍ରାମର ଶହ ଶହ ଲୋକ ମଧ୍ୟ ହାତୀ ଘଉଡ଼ାଇବା ଟିମ ରେ ସାମିଲ ହଇଥାନ୍ତି। ସେହିପରି ଗତ କାଲି ଘଟିଯାଇଛି ଏକ ଅଭାବନୀୟ ଘଟଣା,ଦରି ଗ୍ରାମ ପଞ୍ଚାୟତ ସନପୁଖୁରି ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ବାଙ୍କିରା ନାମକ ବକ୍ତି ହାତୀ ଘଉଡ଼ାଇବା ସମୟରେ ବାଣ ଫୁଟାଉ ଥିବା ବେଳେ ଅସାବଧାନତାଯୋଗୁଁ ହାତରେ ବାଣଫୁଟି ଗୁରୁତ୍ତର ହଇଥିବା ବେଳେ ତାଙ୍କୁ ଉପଖଣ୍ଡ ଚିକିତ୍ସାଲୟରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାତରିତ କରାଯାଇଛି। ଅତ୍ୟଧିକ ରକ୍ତସ୍ରାବ ହେଉଥିବାରୁ ତୁରନ୍ତ ସର୍ଜରୀ ଆବଶ୍ୟକତା ଥିବାରୁ ସଙ୍ଗେ ସଙ୍ଗେ କଟକ ବଡ଼ଡାକ୍ତର ଖାନାକୁ ସ୍ଥାନାତରିତ କରିଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ଠାରୁ ସୂଚନା।

Leave a Reply

Your email address will not be published. Required fields are marked *