ହାତୀ ଆତଙ୍କ 

ଖଡିଆଳ/ନୂଆପଡା-୨୬.୦୪.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା କୋମନା ଅଞ୍ଚଳକୁ ପଡୋଶୀ ବଲାଙ୍ଗିର ଜିଲ୍ଲା ସୀମାନ୍ତରୁ ଏକ ହାତୀପଲ ପଶି ଆସି ଆତଙ୍କ ଚଳେଇଛନ୍ତି । ଏହି ହାତୀପଳ ଦିନବେଳା ଜଙ୍ଗଲରେ ଶୋଇରହି ରାତ୍ରିରେ ଗାଁକୁ ପଶିଆସି ଲୋକଙ୍କ ଧାନ ଫସଲକୁ ଖାଇବା ସହ ଦଳିଚକଟି ଦେଇ ବ୍ୟାପକ ନଷ୍ଟ କରିବାରେ ଲାଗିଛନ୍ତି । ଗତକାଲି ଏହି ହାତିପଲ କୋମନା ଫରେଷ୍ଟ ରେଞ୍ଜର ଅନ୍ତର୍ଗତ କାଲିମାଟି, ଅନୁପଗଡ, ପଏଁର, ଭରୁଆମୁଣ୍ଡା ଗାଁ ରେ ଲୋକଙ୍କ ରବିଧାନ ଫସଲ ଓ ପନିପରିବାକୁ ଖାଇବାସହ ଦଳିଚକଟି ଦେଇ ବ୍ୟାପକ ନଷ୍ଟ କରିଦେଇଥିବା ଚାଷିମାନେ ଅଭିଯେ୍ଧଜ୍ଞ କରିଛନ୍ତି । ଆଉ ଆଜିଭୋର ସଖାଳୁ ଏହି ହାତୀପଳ ଖଡିଆଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବାହାବଲ, ପେଣ୍ଡରାବନ ଡ୍ୟାମ ଓ ଧରମସାଗର ଅଞ୍ଚଳରେ ଆତଙ୍କ ଚଳେଇଛନ୍ତି । ଖବରପାଇ କୋମନା ଓ ଖଡିଆଳ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଘ ଉଡାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ସୂଚନାଯୋଗ୍ୟ, ଗତକିଛି ମାସ ତଳେ ନୂଆପଡା ବ୍ଲକ ଭଇଁଷମୁଣ୍ଡି ଗାଁ ରେ ହାତୀପଳ ପଶି ଜଣେ ବୃଦ୍ଧଙ୍କୁ ଦଳି ମାରିଦେଇଥିଲା । ଆଉ ଆଜି ପୂନର୍ବାର ହାତୀଙ୍କ ଉପଦ୍ରବ କୁ ନେଇ ସ୍ଥାନିୟ ଲୋକମାନେ ଭୟରେ ଆତଙ୍କିତ ହୋଇ ପଡିଛନ୍ତି ।

Leave a Reply

Your email address will not be published. Required fields are marked *