ଓଡ଼ିଶା

ହାତୀ ଆତଙ୍କ: ପୁଣି ଭାଙ୍ଗିଲେ ୩ ରୁ ଅଧିକ ଘର, ହାତୀ ଘଉଡେଇବା ସମୟରେ କୂଅରେ ପଡିଲା ଏକ ମାଈ ହାତୀ

– ଗ୍ରାମବାସୀ ଏବଂ ବନ ବିଭାଗ ପକ୍ଷରୁ ଜେସିବି ଦ୍ୱାରା ଉଦ୍ଧାର

କରଞ୍ଜିଆ ୨୮-୭ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ପାଞ୍ଚପିଢ଼ ଉପ ଖଣ୍ଡରେ ଦିନକୁ ଦିନ ହାତୀ ଏବଂ ମଣିଷ ମଧରେ ସଂଘର୍ଷ ଜାରି ରହିଛି। ଜଙ୍ଗଲ ନଷ୍ଟ ହେବା ସହିତ ବେଆଇନ ଭାବେ ଖଣି ଖନନ ଦ୍ଵାରା ବହୁ ଜଙ୍ଗଲ ନଷ୍ଟ ହେବା ସହିତ ହାତୀମାନଙ୍କ ଚଲାପଥ ଖାଲି ହେଉଥିବାରୁ ହାତୀମାନେ ଏବେ ଜନ ବସ୍ତି ଆଡକୁ ମାଡି ଆସୁଛନ୍ତି। କେତେ ବେଳେ କାହା ଘରେପଶି ଧାନ ଚାଉଳ ଖାଇ ଗଲେଣି ତ ଆଉ କାହାର ଧାନ ଫସଲ ମାଡି ଚକଟି ନଷ୍ଟ କଲେଣି। ଏପରି ଅଭାବନୀୟ ଘଟଣା ପାଞ୍ଚପୀଢ଼ ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି। ତେବେ ଆଜି ଏପରି ଏକ ଘଟଣା ଘଟିଛି ଟଙ୍ଗାବିଲା ଗାଁରେ ଉକ୍ତ ଗାଁ ରେ ୩ ଗୋଟି ଘର ଭାଙ୍ଗିବା ସହିତ ଗଛିତ ଥିବା ସମସ୍ତ ଧାନ ଚାଉଳ ଖାଇଦେଇଥିବା ଦେଖିବାକୁ ମିଳିଛି। ଉକ୍ତ ହାତୀ ପଲ କିଛି ଦିନ ପୂର୍ବରୁ ପାଞ୍ଚପୀଢ଼ ଅଞ୍ଚଳର ବିଭିନ୍ନ ବ୍ଲକରେ ବ୍ୟାପକ କ୍ଷୟକ୍ଷତି କରୁଥିବା ଦେଖିବାକୁ ମିଳିଛି।

ସେହିପରି ଆଜି ଯଶୀପୁର ବ୍ଲକ କୁଇତା ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ବାହାରି ହାତୀପଲ କରଞ୍ଜିଆ ବ୍ଲକ ବଡ଼ଗାଁ ଗ୍ରାମ ପଞ୍ଚାୟତ କରଡ଼ିଆ ଗ୍ରାମରେ ରାତ୍ରୀ ଗୋଟେ ସମୟରେ ପଶିଥିଲେ। ସେଠାରେ ଲୋକମାନେ ହାତୀପଲଙ୍କୁ ଘଉଡାଇବା ସମୟରେ ଏକ ମାଈ ହାତୀ ପାଲଟା ଆକ୍ରମଣ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଦୌଡେଇବା ସମୟରେ ଗୋଟିଏ ମୁକୁଳା କୂଅରେ ଖସି ପଡ଼ିଥିଲା। ତେବେ ଉକ୍ତ ହାତୀକୁ କୂଅ ଭିତରୁ ବାହାର କରିବା ପାଇଁ ବହୁ ଚେଷ୍ଟା କରିଥିଲେ ବି ବାହାରି ପାରି ନ ଥିଲା। ଘଟଣା ସ୍ଥଳରେ ବନ କର୍ମଚାରୀ ମାନେ ପହଞ୍ଚି ଦୁଇ ଗୋଟି ଜେସିବି ସାହାଯ୍ୟରେ ଏକ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ହାତୀକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା କହୁଥେଲେ ବି ଉକ୍ତ ମାଈ ହାତୀଟିକୁ ଆଘାତ ଲାଗିଥିବା ଗ୍ରାମ ବାସୀ କୁହନ୍ତି। ତେବେ ହାତୀଟି ବର୍ତ୍ତମାନ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବାରୁ ହାତୀର ସ୍ୱାସ୍ଥ କିପରି ଅଛି ତାହା ଦେଖିବା ସମ୍ଭବପର ହୋଇ ନଥିଲା ବେଳେ ସ୍ଥାନୀୟ ରେଞ୍ଜ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ବନଖଣ୍ଡ ଅଧିକାରୀଙ୍କ ବିନା ଅନୁମତିରେ କିଛି କହିପାରିବେ ନାହିଁ ବୋଲି କହିଥିଲେ। ତେବେ ହାତୀ ଘଉଡାଇବା ପାଇଁ ସତନ୍ତ୍ର ଟିମ ନିୟୋଜିତ ଥାଇ ମଧ୍ୟ ଏପରି ଅଭାବନୀୟ ଘଟଣା ଘଟିବା ଜଙ୍ଗଲର ପାରିବା ପଣିଆ ପଦାରେ ପଡିଛି। ସେହିପରି ବିଭିନ୍ନ ଗ୍ରାମରେ ପଶି ୧୫ ରୁ ୨୦ ଟି ଘର ଭାଙ୍ଗିସାରିଲେଣି ତଥାପି ବିଭାଗର ଚେତା ପସୁନି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top