ଓଡ଼ିଶା

ହାତୀ ଆତଙ୍କ: କରଞ୍ଜିଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ହାତୀ ପଷି ୫ରୁ ଅଧିକା ଘର ଭାଙ୍ଗିବା ସହିତ ଧାନ, ଚାଉଳ ଖାଇଗଲେ

କରଞ୍ଜିଆ ୧୬-୭ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ପାଞ୍ଚପିଢ଼ ଉପଖଣ୍ଡ କରଞ୍ଜିଆର ବିଭିନ୍ନ ଅଞ୍ଚଳରେ ହାତୀ ଆତଙ୍କ ଜାରି ରହିଛି। ତିନି ଦିନ ମଧ୍ୟରେ ୧୦ରୁ ଅଧିକ ଘର ଭାଙ୍ଗିବା ସହିତ ଧାନ, ଚାଉଳ ଖାଇଗଲା ଏକ ଗୁଠ ଛଡା ଦନ୍ତାହାତୀ। ଗତ ଶନିବାରଦିନ ରାତି ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଡ଼ଦେଉଳି ଗ୍ରାମ ପଞ୍ଚାୟତର ଅନ୍ଧାର ଝରି, ଚଉଠିଆ ଏବଂ ଭଅଁରା ଗ୍ରାମରେ ଉଭୟ ଗ୍ରାମରେ ଗତ କାଲି ରାତିରେ ଏକ ଗୁଠ ଛଡା ଦନ୍ତାହାତୀ ପ୍ରଥମେ ଅନ୍ଧାରଝରି ଗ୍ରାମର ରାମସିଂ ଚାତାରଙ୍କ ଘର ଭାଙ୍ଗିବା ସହିତ ୪ କୁଇଣ୍ଟାଲ ଧାନ ଖାଇବା ସହିତ ଘର ଭାଙ୍ଗି ଥିବା ବେଳେ, ଚଉଠିଆ ନୂତନ ପ୍ରାଥମିକ ବିଦ୍ୟାଳୟର କବାଟ ଭାଙ୍ଗି ୩ କୁଇଣ୍ଟାଲରୁ ଅଧିକ ମଧ୍ୟାହ୍ନ ଭୋଜନ ଦେବାକୁ ଥିବା ଚାଉଳ ସବୁ ଖାଇବା ସହିତ ଏପଟ ସେପଟ ବହୁତ ବିଞ୍ଚି ନଷ୍ଟ କରିଥିବା ଦେଖିବାକୁ ମିଳିଥିଲା। ସେହିପରି ଭଅଁରା ଗ୍ରାମର କର୍ଣ୍ଣସ୍ୱର ଧଳ ଦସିଆଙ୍କ ଘର ଭାଙ୍ଗିବା ସହିତ ୪ କୁଇଣ୍ଟାଲ ଧାନ ସହିତ ୧ କୁଇଣ୍ଟାଲରୁ ଅଧିକ ଚାଉଳ ଖାଇବା ସହିତ ସେହି ଗ୍ରାମର ପତୁ ଗିରିଙ୍କ ଚାଳ ଘର ମଧ୍ୟ ହାତୀ ଭାଙ୍ଗି ଥିବା ଦେଖିବାକୁ ମିଳିଥିଲା। ସେହିପରି ଦରି ଗ୍ରାମ ପଞ୍ଚାୟତ ପିଛୁଳି ଗ୍ରାମରେ ଥିବା ପି.ଏନ.ଯୋଡି ଉଚ୍ଚ ବିଦ୍ୟାଳୟ ରେ କବାଟ ଭାଙ୍ଗି ୨କୁଇଣ୍ଟାଲ ରୁ ଅଧିକ ଚାଉଳ ଖାଇ ଥିବା ଅଭିଯୋଗ ହୋଇଛି। ତେବେ ପାଞ୍ଚପିଢ଼ ଅଞ୍ଚଳରେ ବିଭିନ୍ନ ସମୟରେ ହାତୀ ଦଳ ଆଶି ବ୍ୟାପକ କ୍ଷୟକ୍ଷତି କରୁଥିଲେ ମଧ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ଘଉଡ଼ାଇବା ପାଇଁ ସେପରି ଆଖି ଦୃଶିଆ ପଦ କ୍ଷେପ ନ ନେବା ହେତୁ ପାଞ୍ଚପିଢ଼ ଅଞ୍ଚଳରେ ବ୍ୟାପକ କ୍ଷତି କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ସେହିପରି ହାତୀ ଘଉଡାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ସମସ୍ତ ବନଖଣ୍ଡ ମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ଆସୁଥିଲେ ମଧ୍ୟ ଏଠା ବନଖଣ୍ଡ ଅଧିକାରୀ ଆସିଥିବା ଟଙ୍କା ଖର୍ଚ୍ଚ ନ କରି କେତେ ଜଣ ମାତ୍ର ନିୟଜିତ ଥିବା ସବୁଜ ବାହିନୀ କର୍ମଚାରୀଙ୍କୁ ହାତୀ ଘଉଡାଇବା କାମରେ ଲଗାଇ ମୋଟା ଅଙ୍କରେ ଟଙ୍କା ଚଳୁ କରୁଥିବା ଵିଶେଷ ସୂତ୍ରରୁ ଜଣାପଡ଼ିଛି। ତେବେ ଏ ସମ୍ପର୍କରେ ତାଙ୍କ ଠାରୁ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କିଛି ନ କହି ଚାଲି ଯାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top