କେନ୍ଦୁଝର

ହାଟଡିହି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସୁରେନ୍ଦ୍ର ସଭାପତି, ଜିତେନ୍ଦ୍ର ସଂପାଦକ ନିର୍ବାଚିତ 

ହାଟଡ଼ିହି, ୧୮/୧୧/ ହାଟଡିହି ବ୍ଲକର ରାମଚଣ୍ଡୀ ପୀଠ ଠାରେ ହାଟଡିହି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ସୁରେନ୍ଦ୍ର ନାଥ ରାଉତ, ମହାସଚିବ ଭାବେ ଅନିରୁଦ୍ଧ ବିଶ୍ୱାଳ, ସମ୍ପାଦକ ଭାବେ ଜିତେନ୍ଦ୍ର କୁମାର ବେହେରା, କାର୍ଯ୍ୟକାରୀ ସଭାପତି ଭାବେ ରାଜକିଶୋର ସ୍ୱାଇଁ, କୋଷାଧ୍ୟକ୍ଷ ଭାବେ କ୍ଷେତ୍ରବାସୀ ମିଶ୍ର, ଯୁଗ୍ମ ସମ୍ପାଦକ ଭାବେ ପ୍ରଫୁଲ କୁମାର ସାହୁ, ନିରୀକ୍ଷକ ଭାବେ କେଶବ ଚନ୍ଦ୍ର କର ଓ ଜ୍ଞାନରଞ୍ଜନ ବେହେରା, ଗଣମାଧ୍ୟମ ସଂଯୋଜକ ସତ୍ୟନାରାୟଣ ଗିରି, ଉପସଭାପତି ଭାବେ ପ୍ରଦୀପ ଦେହୁରୀ, ବାଳକୃଷ୍ଣ ଦାସ, ପ୍ରଭାକର ବେହେରା, ବସନ୍ତ ମହାରଣା ଏବଂ ସହ ସମ୍ପାଦକ ଭାବେ ପ୍ରସନ୍ନ ମହାନ୍ତି, ସୁଶ୍ରୀ ସ୍ୱୟଂପ୍ରଭା ବେହେରା, ଲକ୍ଷ୍ମଣ ମାଝୀ, ହରେକୃଷ୍ଣ ଦାସ, ସାଂଗଠନିକ ସମ୍ପାଦକ ଭାବେ ରବିନାରାୟଣ ଜେନା, ରାଜ୍ୟ ସଂଯୋଜକ ଭାବେ ଶ୍ରୀକାନ୍ତ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିଲା । ଉକ୍ତ ବୈଠକରେ ପୁର୍ବତନ କର୍ମକର୍ତ୍ତା ଓ ଉପଦେ୍ଦଷ୍ଟା ନଳିନୀ ମହାନ୍ତି, ନିତ୍ୟାନନ୍ଦ ଘଡେଇ, ସୁରେନ୍ଦ୍ର ନାୟକ, ଅକ୍ଷୟ ନନ୍ଦ, ରଘୁନାଥ ନାୟକ, ଅଜୟ ଜେନା, ରମାକାନ୍ତ ସାହୁ, ସୁବାସ ଜେନା, ପ୍ରଫୁଲ ମଣ୍ଡଳ, ସୁଶାନ୍ତ ଜେନା, ଶତୃଘ୍ନ ସାହୁ, ଶଶିଭୂଷଣ ପୁହାଣଙ୍କ ସମେତ ୨୫୦ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top