ଓଡ଼ିଶା

ହାଟଡିହି ବ୍ଲକରେ ପ୍ରଥମ ବନ୍ୟା, ୨ଟି ଗ୍ରାମ ଓ ବିଦ୍ୟାଳୟ ପାଣି ଘେରରେ

ହାଟଡ଼ିହି, ୮। ୯ (ଓଡ଼ିଆ ପୁଅ) : ବୈତରଣୀ ନଦୀରେ ଆସିଥିବା ବନ୍ୟାରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏହି ବନ୍ୟାଜଳରେ ହାଟଡିହି ବ୍ଳକର ୨ଟି ଗ୍ରାମ ଓ ବିଦ୍ୟାଳୟ ପାଣିଘେରରେ ରହିଛି। ଆଇତିପୁର ପଞ୍ଚାୟତର ନୁଆଗାଁ, ରାଘବପୁର ଗ୍ରାମ ଦୁଇଟି ପାଣି ଘେରରେ ରହିଛି। ଏହିସବୁ ଗ୍ରାମର ଚାରିପାଖେ ବନ୍ୟାପାଣି ମାଡିଯାଇଥିବାରୁ ଗ୍ରାମଗୁଡିକୁ ଯୋଗାଯୋଗ ବିଛିନ୍ନ ହୋଇପଡିଥିଲା। ନୁଆଗାଁ ଓ ରାଘବପୁର ରାସ୍ତା ଉପରେ ୩ଫୁଟ ଉଚ୍ଚରେ ପାଣି ଚାଲୁଥିବାବେଳେ ଶାଳଣିଆଁ-ହାବଳେଶ୍ୱର ଓ ଗେଡମା ଜାବିନିପୁର ରାସ୍ତାରେ ପାଣି ଚାଲିଥିବାରୁ ଗତକାଲି ଠାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଆନନ୍ଦପୁର ଠାରେ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେବାପରେ ଗତକାଲି ସନ୍ଧ୍ୟାଠାରୁ ରାଘବପୁର ଗାଁ ଭିତରେ ବନ୍ୟାଜଳ ପ୍ରବେଶ କରିବାରୁ ରାଘବପୁର ଗାଁ ରାସ୍ତା ଉପରେ ପାଣିଚାଲିଥିଲା। ଏପରିକି ରାଘବପୁର ସ୍କୁଲ ଚାରିପଟେ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେବାରୁ ଆଜି ସ୍କୁଲକୁ ଛାତ୍ରଛାତ୍ରୀ ମାନେ ଆସିନଥିଲେ। ସେହିପରି ନୁଆଗାଁ ରାସ୍ତା ଉପରେ ୩ଫୁଟ ଉଚ୍ଚର ପାଣି ଚାଲିବା ସହ ଗ୍ରାମକୁ ଯୋଗାଯୋଗ ସମ୍ପୁର୍ଣ୍ଣ ବିଚ୍ଛେଦ ହୋଇଯାଇଥିଲା। ଦୁଇଟିଯାକ ଗ୍ରାମର ଶହେରୁ ଉର୍ଦ୍ଧ ପରିବାର ଜଳବନ୍ଦୀ ହୋଇ ରହିଥିଲେ। ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ କୌଣସି ଡଙ୍ଗାର ବ୍ୟବସ୍ଥା କରାଯାଇ ନଥିବାରୁ ଗାଁ ଲୋକେ ଆତଙ୍କିତ ହୋଇପଡିଥିଲେ। କିନ୍ତୁ ଆଜି ସକାଳୁ ସକାଳୁ ବନ୍ୟାଜଳ କମିବା ଆରମ୍ଭ କରିବାରୁ ଲୋକମାନେ ଆସ୍ୱସ୍ଥ ହୋଇଥିଲେ। ଆଇତିପୁର, ରାଘବପୁର, ନୁଆଗାଁ, ହାବଳେଶ୍ୱର, ମଙ୍ଗରାଜପୁର, ଜାବିନିପୁର, ଧାଇପୋଖରୀ, ଜମ୍ଭରା, ବାଲିପଦା, ଡିମିରିଆ, ଆମ୍ବୋ, ସମଣା, ସୁଲଣ, ପଞ୍ଚୁଗୋଛିଆ ଆଦି ପଞ୍ଚାୟତର ଶହଶହ ହେକ୍ଟର ଜମିରେ ବନ୍ୟାଜଳ ମାଡି ଯାଇଥିବାରୁ ଧାନଚାଷ ନଷ୍ଟ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି। ପ୍ରଥମେ ଲଘୁଚାପ ବର୍ଷା ଓ ପରେପରେ ବନ୍ୟା ଚାଷୀଙ୍କ ଚାଷକୁ ସମ୍ପୁର୍ଣ୍ଣ ଉଜୁହାଇ ଦେଇଛି। ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଉକ୍ତ ଅଞ୍ଚଳରେ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top