ହାଟଡିହି ପଞ୍ଚାୟତ ପକ୍ଷରୁ ସ୍ପିଡି ବ୍ରେକର ସ୍ଥାପନ

ହାଟଡ଼ିହି, ୧୬ । ୮ : ହାଟଡିହି ପଞ୍ଚାୟତ ପକ୍ଷରୁ ଆନନ୍ଦପୁର ଭଦ୍ରକ ରାସ୍ତାର ବ୍ଲକ ଛକ ଓ ହାଇସ୍କୁଲ ଛକ ନିକଟରେ ଦ୍ରୁତ ଜାନବାହାନକୁ ରୋକିବାପାଇଁ ସ୍ପିଡିବ୍ରେକର ଲଗାଯାଇଛି । ଏହି ରାସ୍ତାଦେଇ ଶହଶହ ଗାଡି ଦ୍ରୁତଗତିରେ ଯାଉଥିବାରୁ ଦୁର୍ଘଟଣାମାନ ବୃଦ୍ଧି ପାଉଛି । ବ୍ଲକ ଛକ ଓ ହାଇସ୍କୁଲ ଛକରେ ଛାତ୍ରଛାତ୍ରୀ ମାନେ ଯାତାୟତ କରୁଥିବାବେଳେ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଛି । ଏହି ସ୍ଥାନ ମାନଙ୍କରେ ସ୍ପିଡି ବ୍ରେକର ଲଗାଇବାପାଇଁ ଦାବି ହୋଇ ଆସୁଥିଲା । ଫଳରେ ହାଟଡିହି ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ କଳ୍ପତରୁ ସେଠୀଙ୍କ ସହଯୋଗରେ ଦୁଇଟି ପ୍ରମୁଖ ସ୍ଥାନରେ ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଅନୁସୟା ସେଠୀ, ସମାଜସେବୀ କଳ୍ପତରୁ ସେଠୀ,ପିଇଓ ଶରତ କୁମାର ବେଜ, ଜିଆରଏସ ବିକାଶ ଜେନା, କାମପାଳ ନାୟକ, ଜଗନ୍ନାଥ ନାୟକ, ମଧୁସୁଦନ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *