ହାଟଡ଼ିହି, ୮। ୯ (ଓଡ଼ିଆ ପୁଅ) : ହାଟଡିହି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁପୂଜନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପୁର୍ବତନ ପ୍ରଧାନ ଶିକ୍ଷକ ରମାନାଥ ମଲ୍ଲିକ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଗୁରୁ ମାନଙ୍କୁ ଫୁଲ, ଚନ୍ଦନ, ଧୂପ, ଦ୍ୱୀପ ଦେଇ ଗୁରୁବନ୍ଦନା ଗାନ କରି ଗୁରୁପୂଜା କରିଥିଲେ। ଏହି ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ଗୁଣନିଧି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁଶିଷ୍ୟ ମଧ୍ୟରେ ଥବବା ସୁସମ୍ପର୍କ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପୁର୍ବତନ ପ୍ରଧାନ ଶିକ୍ଷକ ମନମୋହନ ବେହେରା, ପ୍ରଧାନ ଶିକ୍ଷକ ଜ୍ଞାନେନ୍ଦ୍ର କୁମାର ଜେନା, ପ୍ରୀୟମ୍ବଦା ଖୁଣ୍ଟିଆ, ବାଣୀବନ୍ଦନା ପଟ୍ଟନାୟକ, ସ୍ୱାଗତିକା ଆୟଚ, ସଞ୍ଜୟ କୁମାର ପାତ୍ର, ରଶ୍ମିରଞ୍ଜନ ପତି ପ୍ରମୁଖ ଯୋଗଦେଇ ଗୁରୁବାଦ ଉପରେ ଆଲୋଚନା କରିବା ସହିତ ଭାରତୀୟ ସଂସ୍କୃତିକୁ ଉଜ୍ଜିବୀତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

Loading...