ହାଟଡିହି କଲେଜ ବି.ସି.ଜେ.ଡି ର ନିର୍ବାଚନୀ ପ୍ରସ୍ତୁତି ବୈଠକ 

ହାଟଡ଼ିହି, ୧୨। ୯ (ଓଡ଼ିଆ ପୁଅ) : ଆଗାମି ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ପରିସର ସରଗରମ ହୋଇ ଉଠିଛି। ଆଜି ହାଟଡିହି କଲେଜର ବିଜୁ ଛାତ୍ର ଜନତାଦଳର ଏକ ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାମଚଣ୍ଡୀ ପୀଠ ଠାରେ ପୁର୍ବତନ ଛାତ୍ରସଂସଦ ସଭାପତି ଅମୀୟ ରଞ୍ଜନ ପହି (ହାପୁ)ଙ୍କ ନେତୃତ୍ୱରେ ଗଣେଶ କୁମାର ସ୍ୱାଇଁ, ରାକେଶ କୁଅଁର, ପ୍ରଶାନ୍ତ ନାୟକ, ସଦାଶିବ ନାୟକ, ଅମୁଲ୍ୟ ସେଠୀ, ରାଜେଶ ଜେନା, ସୁଧାଶୁଂ ଶେଖର ନାୟକ, ସୁଶିଲ କୁମାର ସାମଲ, ରାଜକିଶୋର ଜେନା, ସଞ୍ଜୟ ଜେନା, ଜଗନ୍ନାଥ ପଣ୍ଡା, ରାକେଶ କୁମାର ଜେନା, ତୁଷାର କୁମାର ଜେନା ପ୍ରମୁଖ ଯୋଗଦେଇ ଆଗାମି ନିର୍ବାଚନରେ ବିଜୁ ଛାତ୍ର ଜନତାଦଳର ପ୍ରାର୍ଥୀ ଚୟନ ସହିତ କିପରି ଅଧିକ ସମର୍ଥନ ମିଳିବ ସେନେଇ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ଶତାଧିକ କଲେଜ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *