ହାଟଡିହି ଓ ଜଳସରପୁର ସରସ୍ୱତୀ ଶିଶୁମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ହାଟଡ଼ିହି, ୩। ୯ (ଓଡ଼ିଆ ପୁଅ) : ହାଟଡିହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ କରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟର ଶିଶୁ ମାନଙ୍କ ମଧ୍ୟରେ ବେଶ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଶିଶୁବାଟିକା ବିଭାଗରେ ୩୦ଜଣ ବେଶ ପ୍ରତିଯୋଗୀତାରେ ଭାଗ ନେଇଥିବାବେଳେ ସ୍ୱତନ୍ତ୍ର ବର୍ଗରେ ୩୨ଜଣ, ଶିଶୁବର୍ଗରେ ୨୩ଜଣ ଓ ବାଲବର୍ଗରେ ୫ଜଣ ଛାତ୍ରଛାତ୍ରୀ ରାଧା ଓ କୃଷ୍ଣ ବେଶ ପ୍ରତିଯୋଗୀତାରେ ଭାଗ ନେଇଥିଲେ। ଏଥିରେ ଶିଶୁମନ୍ଦିରର ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ତଥା ସଂପାଦକ ସଦାଶିବ ଚକ୍ର, ସଭାପତି ମନମୋହନ ବେହେରା, ସହ ସଂପାଦକ ହୀରାମଣୀ ସାହୁ, ଉପସଭାପତି କୃଷ୍ଣ ଚନ୍ଦ୍ର ରାଉତ, କୋଷାଧ୍ୟକ୍ଷ ଅମୀୟ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବୃନ୍ଦାବତୀ ରାଉତ, ସ୍ନେହଲତା ପରିଡା, ମମତା ପାଢ଼ୀ, ଚଞ୍ଚଳା ମିଶ୍ର, ସନ୍ଧ୍ୟାରାଣୀ ଦେବତା, ସଦାଶିବ ଜେନା, ସୀତାରାଣୀ ଓଝା, ଗୀତାଞ୍ଜଳୀ ଦାଶ, ବିଶ୍ୱଭୂଷଣ ଭୋଇ, ସୁଦାମ ଚନ୍ଦ୍ର ରଣା, ସୁହାସିନି ପଣ୍ଡା, ବିଶ୍ୱଜିତା ମହାପାତ୍ର, ସୁଶମାରାଣୀ ନାୟକ, ନମୀତା ମଞ୍ଜରୀ ନାୟକ ପ୍ରମୁଖ ଗୁରୁଜୀ ଗୁରୁମା ମାନେ ପରିଚାଳନା କରିଥିଲେ।

ସେହିପରି ଜଳସରପୁର ସ୍ଥିତ ସରସ୍ୱତୀ ଶିଶୁମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଶିଶୁମନ୍ଦିରର ଭାଇ ଓ ଭଉଣୀମାନେ କୃଷ୍ଣ ଓ ରାଧାବେଶ ଧାରଣକରି ଶାଳଣିଆଁ ବଜାର ପରିକ୍ରମା କରିଥିଲେ। ଏହି ଉତ୍ସବରେ ପରିଚାଳନା କମିଟି ସଭାପତି ଅନାଥ ଚରଣ ନାୟକ, ଉପସଭାପତି ପ୍ରତାପ ଦେଓ, ସଂପାଦକ ରବିନ୍ଦ୍ର କୁମାର ଜେନା, ସହ ସଂପାଦକ କାମଦେବ ମହାନ୍ତି, କୋଷାଧ୍ୟକ୍ଷ କାଳନ୍ଦୀ ଚରଣ ସାହୁ, ସଭ୍ୟ ପ୍ରଦୀପ ଜେନା, ସଭ୍ୟା ଗୀତାଞ୍ଜଳୀ ସେଠୀଙ୍କ ସମେତ ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଜେନା, ଆଚାର୍ଯ୍ୟ ରମାକାନ୍ତ ବେହେରା, ପ୍ରଭାତ କୁମାର ପେଡା, ହରେକୃଷ୍ଣ ବାରିକ, ଆଚାର୍ଯ୍ୟା ପ୍ରମିଳା ମିଶ୍ର, ସଞ୍ଜୁଲତା ସାମଲ, ମନୋରମା ବାରିକ, ପଦ୍ମିନୀ ଜେନା, ସୁଚିଶ୍ମିତା ଓଝା, ସ୍ୱାଗତିକା ପାତ୍ର, ମମତାମୟୀ ବେହେରା, ସେବିକା ବେଙ୍ଗଲତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *