ଆମ ପର୍ବ ପର୍ବାଣୀ

ହାଟଡିହିର ବିଭିନ୍ନ ସ୍ଥାନରେ କାଳୀପୂଜା

ହାଟଡ଼ିହି, ୯/୧୧ (ଓଡ଼ିଆ ପୁଅ) : ହାଟଡିହି ବ୍ଲକ ବିଭିନ୍ନ ସ୍ଥାନରେ ମା କାଳୀଙ୍କର ପୂଜା ଅନୁଷ୍ଠିତ ହେଉଛି। ଢ଼େଙ୍କା, ସୋସୋ, ବିଦ୍ୟାଧରପୁର ଓ ଗିରିଗାଁରେ କାଳୀପୂଜା ଧୁମ ଧାମରେ ଆରମ୍ଭ ହୋଇଛି। ଢ଼େଙ୍କାର ଏହି କାଳୀପୂଜା ୭୧ବର୍ଷରେ ପଦାର୍ପଣ କରିଛି। ଗତ ୬ତାରିଖ ଦିନ ମା କାଳୀଙ୍କ ପୂଜା ଆରମ୍ଭ ହୋଇଥିବାବେଳେ ପୂଜା କମିଟିର ସଦସ୍ୟ ରବିନ୍ଦ୍ର ବାରିକ, ଚିନ୍ତାମଣୀ ତ୍ରିପାଠୀ, ରବିନ୍ଦ୍ର ନାୟକ, ରବିନ୍ଦ୍ର ଦାସ, ମନୋଜ ମହାନ୍ତି, ନୃସିଂହ ଦେହୁରୀ, ରମେଶ ଗୁପ୍ତା, ସୁଦର୍ଶନ ଜେନା, ପ୍ରଭାତ ବିଶ୍ୱାଳ, ଗୋଲେଖ ମହାନ୍ତିଙ୍କ ସମେତ କମିଟି ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ରଙ୍ଗବେରଙ୍ଗର ଆଲୋକମାଳରେ ସମଗ୍ର ଢ଼େଙ୍କା ବଜାରଟି ସୁସଜ୍ଜିତ ହୋଇଥିବାବେଳେ ସନ୍ଧ୍ୟାରେ ପ୍ରବଳ ଜନସମାଗମ ହେଉଛି। ସେହିପରି ସୋସୋ ବଜାରରେ ମଧ୍ୟ ପ୍ରବଳ ଆନନ୍ଦ ଉଳ୍ଲାସର ସହ କାଳୀପୂଜା ଆରମ୍ଭ ହୋଇଛି। ବୈଲୋଚନ ନାୟକ ଓ ଜଗା ବେହେରା କର୍ତ୍ତା ଭାବେ ପୂଜା କାର୍ଯ୍ୟରେ ସାମିଲ ହୋଇଥିବାବେଳେ କମିଟି ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ସେହିପରି ବିଦ୍ୟଧରପୁର, ଗିରିଗାଁରେ ମଧ୍ୟ ଧୁମ ଧାମରେ କାଳୀପୂଜା ଅନୁଷ୍ଠିତ ହୋଇଛି। ଏଥିପାଇଁ ପ୍ରତି ପୂଜା ମଣ୍ଡପରେ ସଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top