ଓଡ଼ିଶା

ହାଟଡିହିରେ ୪୧ତମ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଉଦଘାଟିତ

ହାଟଡ଼ିହି, ୭/୯ (ଓଡ଼ିଆ ପୁଅ) : ହାଟଡିହି ହାଇସ୍କୁଲରେ ୪୧ତମ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଉଦଘାଟିତ ହୋଇଛି। ୨ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗୀତାରେ ବ୍ଲକର ୩୪ଟି ହାଇସ୍କୁଲର ୧୨୪ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ପ୍ରଧାନ ଶିକ୍ଷକ ଶିଶିର କୁମାର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧୀ ତଥା ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ମୁଖ୍ୟ ବକ୍ତା ଭାବେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ଗୁଣନିଧୀ ଦାସ, ସମ୍ମାନୀତ ଅତିଥୀ ଭାବେ ହାଟଡିହି ପଞ୍ଚାୟତର ସରପଞ୍ଚ ଅନୁସୟା ସେଠୀ, ଏବିଇଓ ତପୋଧନ ସ୍ୱାଇଁ, ସୁରେଶ କୁମାର ଜେନା ପ୍ରମୁଖ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଖେଳ ପତାକା ଉତ୍ତୋଳନ କରି ଉଦଘାଟନ କରିବା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡା ଭାତୃ ଓ ମୈତ୍ରୀ ଭାବ ସୃଷ୍ଟି କରେ ବୋଲି ମତଦେଇଥିଲେ। ଏହି ପ୍ରତିଯୋଗୀତାରେ ଆଜି ଖୋଖୋ, କବାଡି, ଫୁଟବଲ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତାକାଲି ଦୌଡ, ଧନୁଚାଳନା, କ୍ରିକେଟ ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହେବ। ହାଯଡିହି ହାଇସ୍କୁଲର ଖେଳ ଶିକ୍ଷକ ପ୍ରମୋଦ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଖେଳ ଶିକ୍ଷକ ସୁବାସ ଜେନା, ସୁଶାନ୍ତ ସାମଲ, ପବିତ୍ରା ରାଉତ, ଅନନ୍ତ ରାଉତ, ସଦାଶିବ ନାୟକ, ସୁରଜିତା ଜେନା, ରଞ୍ଜିତା ବେହେରା, ଲକ୍ଷ୍ମୀଧର ଜେନା, ଦେବାଶିଷ ବେହେରା, ସଚିନଦେବ ରାଉତ, ଦିଗମ୍ବର କୁଅଁର, ସୁଚିସ୍ମିତା ରାଉତ, କାର୍ତ୍ତିକ ଚନ୍ଦ୍ର ପରିଡା, ପରେଶ ପରିଡା ପ୍ରମୁଖ ଖେଳ ପରିଚାଳନା କରିଥିବାବେଳେ ହାଟଡିହି ହାଇସ୍କୁଲର ଶିକ୍ଷକ ଅଶୋକ କୁମାର ଜେନା, ମାନସୀ ସାହୁ, ଲୀଳାବତୀ ଜେନା, ତୃପ୍ତୀମୟୀ ଜେନା, ତପସ୍ୱିନୀ ତ୍ରିପାଠୀ, କବିପ୍ରସାଦ ରାଉତ, ଭାସ୍କର ଚନ୍ଦ୍ର ଜେନା, ହରିପଦ ଭଟ୍ଟ, ତାପସ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top