ଓଡ଼ିଶା

ହାଟଡିହିରେ ରକ୍ତଦାନ ଶିବିର

ହାଟଡିହି-୫/୧୧/ ହାଟଡିହି ‘ଖଟି’ ଓ ଆମ ଓଡିଶା ମିଳିତ ସହଯୋଗରେ ଖଟି କାର୍ଯ୍ୟାଳୟ ପରିସରରେ ଏକ ସ୍ୱଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ‘ଖଟି’ର ମୁଖ୍ୟ ପରିଚାଳକ ତଥା ବ୍ଲକ କଂଗ୍ରେସ ସଭାପତି ଚିତ୍ତ ରଞ୍ଜନ ପାତ୍ର ଓ ଆମ ଓଡିଶା ସଂଯୋଜକ କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରୁ ୭୭ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ପୁର୍ବତନ ପିସିସି ସଭାପତି ଜୟଦେବ ଜେନା ଏହି ଶିବିର ପରିଦର୍ଶନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ବିଶେଷ କରି ଖଟିର ଏପରି ସାମାଜିକ ଜନକଲ୍ୟାଣ କାର୍ଯ୍ୟକୁ ସେ ପ୍ରଶଂସା କରିଥିଲେ । ବ୍ଲକର ସର୍ବାଧିକ ରକ୍ତଦାତା ଶରତ କୁମାର ପାତ୍ର, ସାମ୍ବାଦିକ ବିକାଶ ବିଶ୍ୱାଳ, ପ୍ରିତିରଞ୍ଜନ ବେହେରା, ବିଭୁତି ଭୂଷଣ ଜେନା, ମାନସ ଦାସ, ପ୍ରମୁଖ ଉପସ୍ଥିତ ରହି ଶିବିରାର୍ଥି ମାନଙ୍କୁ ସହଯୋଗ କରିଥିବାବେଳେ ଲିଟୁ ରାଉତ, ରାଜୁ ମାଝୀ, ନିରଞ୍ଜନ ପହି, ଚିତ୍ତ ରଞ୍ଜନ ନାୟକ, ମାନସ ରଞ୍ଜନ ଜେନା, ମାନସ ନାୟକ, ଅକ୍ଷୟ ମହାପାତ୍ର, ରାଜେନ୍ଦ୍ର ବେହେରା, ତପନ ସାହୁ, କୃଷ୍ଣଚନ୍ଦ୍ର ସାହୁ, ତପନ ବିଶ୍ୱାଳ, ବାରିଜ ସ୍ୱାଇଁ, ଗୋପାଳକୃଷ୍ଣ ଘଡେଇ, ରାଜେଶ ଦାସ, ଓମ ପ୍ରକାଶ ନାୟକ, ରାଜେନ୍ଦ୍ର ବେହେରା, କାଳିଆ ସ୍ୱାଇଁ, ମାନସ ବିଶ୍ୱାଳ, ମାଧବାନନ୍ଦ ଚକ୍ର, ସଞ୍ଜିବ ପାତ୍ର, ମନୋଜ ପାତ୍ର,ଜଗବନ୍ଧୁ ସା, ଦିଲ୍ଲିପ ନାୟକ, ରଘୁ ରାଉତ ପ୍ରମୁଖ ଶିବିର ପରିଚାଳନା କରିଥିବାବେଳେ ଆନନ୍ଦପୁର ବ୍ଲଡ ବ୍ୟାଙ୍କର ଡାକ୍ତର ଉଦୟ ଭାଷ୍କର ପଣ୍ଡା, ଏସ.ଏନ. କଲ୍ୟାଣୀ ସ୍ୱାଇଁ, ଏଲ.ଟି ସୁଦର୍ଶନ ବେହେରା, ଦେବରାଜ ସାହୁ, ଓ.ଏ ଅଶୋକ କୁମାର ସୁର, ଆଟେଣ୍ଡାଣ୍ଟ ନୀଳମାଧବ ମୁଖି, ପଦ୍ମଲୋଚନ ସାହୁ, ଡ୍ରାଇଭର କାହ୍ନୁ ଚରଣ ଯେନା, ନସିଂ ସ୍କୁଲର ଛାତ୍ରୀ ଭାନୁପ୍ରଭା କବି, ଅନନ୍ୟା ଦ୍ୱିବେଦୀ, ମୋନାଲିସା ରାଉତ, ଚାନ୍ଦିନୀ ଜେନା, କୁଳମଣି ମହାନ୍ତ, ହେମନ୍ତ ମହାନ୍ତ ପ୍ରମୁଖ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗୃହୀତ କରିଥିଲେ । ‘ଖଟି’ର ଏପରି ମହତ କାର୍ଯ୍ୟ ପାଇଁ ଆନନ୍ଦପୁର ବ୍ଲଡ ବ୍ୟାଙ୍କ ପକ୍ଷରୁ ‘ଖଟି’କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

1 Comment

1 Comment

  1. Kishore Acharya

    November 5, 2018 at 1:29 pm

    Congratulation to all maber of khati

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top