ହାଟଡିହିରେ ବାଜପେୟୀଙ୍କ ସ୍ମୃତିସଭା

ହାଟଡ଼ିହି ୨୬ ।୮ : (ବିକାଶ ବିଶ୍ୱାଳ) ବାଜପେୟୀ ସ୍ମୃତିସମିତି ହାଟଡିହି ତରଫରୁ ହାଟଡିହି ତହସିଲ ପଡିଆରେ ଏକ ପୁର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ବିଶିଷ୍ଟ ଶିକ୍ଷାବିତ ଜୟନାରାୟଣ ମହାପାତ୍ର, ୩୬ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ଶିକ୍ଷାବିତ ତଥା ସମାଜସେବୀ ସୁରେନ୍ଦ୍ର କୁମାର ବାରିକ, ୩୫ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ଜୟାପ୍ରଦା ସା, ୩୪ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ, ୩୫ନଂ ଜୋନର କଂଗ୍ରେସ ସଭାପତି ନୃିଷିହଂ ଚରଣ ସେଠୀ, ବରିଷ୍ଠ ବିଜେପି ନେତା ବିଜୟ କୁମାର ରାଉତ, ଆଲୋକ ସେଠୀ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଗୌରାଙ୍ଗ ରଣା, ବରିଷ୍ଠ ନାଗରିକ ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ପ୍ରଦ୍ୱୀପ ପ୍ରଜ୍ଜଳନ କରିବା ସହିତ ବାଜପେୟୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟି ନୀରବ ପ୍ରାର୍ଥନା କରାଯାଇ ଥିଲା । ଅତିଥି ମାନଙ୍କ ସହିତ ଛେନାପଦି ବଜାର କମିଟିର ପ୍ରମୁଖ କର୍ମକର୍ତ୍ତା ଦେବେନ୍ଦ୍ର କୁମାର ଜେନା,ବାବୁଲି ପଟ୍ଟନାୟକ, ଜଗନ୍ନାଥ ନାୟକ, ନାରୀନେତ୍ରୀ ଇଲାରାଣୀ ଖୁଣ୍ଟିଆ, ହରମୋହନ ଶାସିନି, ବିଜୟ କୁମାର ଜେନା, ଚିକୁ ବେହେରା, ମଧୁସୁଦନ ରାଉତ, ଦଶରଥ ଜେନା, ସତ୍ୟଜିତ ବେହେରା, ପରମାନନ୍ଦ ନାୟକ, କିର୍ତ୍ତନ ଜେନା, ଜଗତଜୀବନ ଗୋସ୍ୱାମୀ ଗୋଲାମ ଦେବତା, ପ୍ରେମାନନ୍ଦ ମିଶ୍ର, ଲକ୍ଷ୍ମୀଧର ଦାସ, ରାଜେନ୍ଦ୍ର ରାଉତ, ରାଜେଶ ଜେନା, ବଳଭଦ୍ର ବାରିକ ପ୍ରମୁଖ ବାଜପେୟୀଙ୍କ ଜୀବନ ଆଦର୍ଶ ଉପରେ ଆଲୋକପାତ କରିବା ସହିତ ତାଙ୍କର ସ୍ମୃତିଚାରଣ କରିଥିଲେ ।

Leave a Reply

Your email address will not be published. Required fields are marked *